ଅପରାଧ

ହଜାରେ କିଲୋର ବିସ୍ଫୋରକ ଜବତ : ମାଷ୍ଟରମାଇଣ୍ଡ ଗିରଫ

Published

on

କୋଲକତା ୧୧/୩ : ହଜାରେ କିଲୋ ବିସ୍ଫୋରକ ଜବତ ହେବା ଘଟଣାରେ ପୋଲିସ ମାଷ୍ଟର ମାଂଇଡକୁ ଗିରଫ କରିଛି । ବାଲେଶ୍ୱର ରୁପସାରୁ ପୋଲିସ ତାକୁ ଗିରଫ କରିଥିବା ସୂଚନା ମିଳିଛି । ଓଡିଶା ନମ୍ବର ଥିବା ମାଟାଡୋର ଗାଡିରୁ ଏହି ବିସ୍ଫୋରକ ମିଳିଥିଲା । ସୂଚନା ଅନୁସାରେ ଏହି ବିସ୍ଫୋରକ ଓଡିଶାରୁ ପଶ୍ଚିମବଙ୍ଗର ଉତର ଚବିଶ ପ୍ରଗଣା ଯାଉଥିଲା ।
ଗାଡିରେ ଥିବା ଉଭୟ ଡ୍ରାଇଭର ଓ ଖଲାସୀଙ୍କୁ କୋଲକତା ପୁଲିସ ଗିରଫ କରିସାରିଛି । ଡ୍ରାଇଭର ଇନ୍ଦ୍ରଜିତ ଭୋଇ ଓ ଖଲାସୀ ପଦ୍ମଲୋଚନ ଦେ ବୋଲି ଜଣାପଡିଛି । ଉଭୟଙ୍କ ଘର ବସ୍ତା ବାଲେଶ୍ୱରରେ । ତେବେ ଏତେ ପରିମାଣର ବିସ୍ଫୋରକ କେଉଁଠୁ ଆସିଲା, କିଏ ଓ କେଉଁଠାକୁ ପଠାଉଥିଲା ତାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ବିଶେଷ କରି ଓଡିଶା ନମ୍ବର ଗାଡିରେ ବିସ୍ଫୋରକ ଯାଉଥିବା ବେଳେ ଉଭୟ ଡ୍ରାଇଭର ଓ ଖଲାସୀ ମଧ୍ୟ ଓଡିଶାର ।

Leave a Reply

Your email address will not be published. Required fields are marked *

Trending

Exit mobile version