ରାୟଗଡ଼ା ୨୪/୧ : ଏକ ହତ୍ୟାକାଣ୍ଡ ମାମଲାରେ ରାୟଗଡ଼ା ଜିଲ୍ଲା ଦୋ÷ରାଜଜ ଆଜି ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ସେମାନଙ୍କୁ ମଧ୍ୟ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି । ଅପରାଧୀମାନେ ୨୦୧୭ ନଭେମ୍ବର ୧୮ ତାରିଖରେ ଶେଷଖଲା ଅଂଚଳର ଛିଂଚଡା ଗ୍ରାମର ଡେକିନା ତାଡ଼ିଙ୍ଗିଙ୍କୁ ହତ୍ୟା କରିଥିଲେ । ଡେକିନା ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିଲା । ୧୯ଜଣ ସାକ୍ଷୀଙ୍କ ବୟାନ ଭିତ୍ତିରେ ଦୋ÷ରାଜଜ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।