ଅପରାଧ

ହତ୍ୟା ନା ଆତ୍ମହତ୍ୟା : ଝୁଲନ୍ତା ଅବସ୍ଥାରେ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

Published

on

ନବରଙ୍ଗପୁର ୨୫/୩ : ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି ନବରଙ୍ଗପୁର ଜିଲ୍ଳା ଉମରକୋଟ ଚିକଲପଦର ଗ୍ରାମ ପଞ୍ଚାୟତ ଛୋଟାଗୁଡ଼ା ଗାଁର ଗ୍ରାମବାସୀ ଏକ ଗଛରେ ଦୁଇଟି ମୃତଦେହ ଦେଖିଥିଲେ । ଗାଁ ଲୋକେ ପୋଲିସକୁ ଖବର ଦେବା ପରେ ଗାଁ ପୋଖରୀ ନିକଟ ଜାମକୁଳି ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଯୁବତୀ ସେହି ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି । ଏହି ଘଟଣାକୁ ନେଇ ଛୋଟାଗୁଡ଼ା ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ଘଟଣାରେ ପୋଲିସ ମାମଲା ରୁ୍ଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଏହା ଏକ ପ୍ରେମଜନିତ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ଏ ପର‌୍ୟ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ଅନ୍ୟପକ୍ଷରେ ମୟୁରଭଞ୍ଜ ଉଦଳା ଡୁକୁରା ନିକଟରେ ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଖୁନଟା ଥାନା ନିକଟସ୍ଥ ଅଙ୍ଗାରକୁଣ୍ଡିଆ କେନାଲ ନିକଟରୁ ପୋଲିସ ଉଦ୍ଧାର କରିଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଡୁକୁରା ମେଡିକାଲରେ ଭର୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version