ରାଜନୀତି

ହରେକୃଷ୍ଣ ମହତାବ ବହୁବିଧ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ : ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

Published

on

ମହତାବଙ୍କର 120 ତମ ଜନ୍ମ ବାର୍ଷିକୀ ଉପଲକ୍ଷ ଓବିନିଅର ଆୟୋଜନ
ଭୁବନେଶ୍ୱର: ଡ଼.ହରେକୃଷ୍ଣ ମହତାବ ବହୁବିଧ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ | ସେ ସ୍ୱାଧୀନତା ପୂର୍ବବର୍ତ୍ତୀ ଦେଶ ସ୍ୱାଧୀନ ପାଇଁ ଆନ୍ଦୋଳନ ଏବଂ ସ୍ୱାଧୀନତା ପରେ ଦେଶ ଗଠନ ପାଇଁ ଯୋଗଦାନ କ୍ଷେତ୍ରରେ ଉଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପ୍ରକାଶ କରିଛନ୍ତି |

ଡ଼. ମହତାବ ଙ୍କର 120 ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଶୁକ୍ରବାର ଆୟୋଜିତ ଓବୋଇନେର ରେ ରାଜ୍ୟପାଳ ଉଦ୍ଘାଟନୀ ଭାଷଣ ପ୍ରଦାନ କରି ମହତାବଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ | ମହତାବଙ୍କର ସମଗ୍ର ଜୀବନ ଦେଶର କଲ୍ୟାଣ ପାଇଁ ଉତ୍ସର୍ଗିକୃତ ଥିଲା ବୋଲି ସେ ପ୍ରକାଶ କରିଥିଲେ| ଦେଶୀୟ ରାଜ୍ୟ ଗୁଡିକୁ ଓଡିଶା ସହିତ ମିଶାଇବା ନେଇ ତାଙ୍କର ଅଗ୍ରଣୀ ଭୂମିକାକୁ ହରିଚନ୍ଦନ ଉଲେଖ କରି ଲୌହ ମାନବ ଭଳି ତାଙ୍କର ବ୍ୟକ୍ତିତ୍ୱ ଥିଲା ବୋଲି ସେ ସୁଚାଇଥିଲେ | ପରିଣତ ବୟସରେ ଜରୁରୀ କାଳୀନ ପରିସ୍ଥିତି ସମୟରେ ଦେଶ ପ୍ରତି ଆସିଥିବା ବିପଦ ବିରୁଦ୍ଧରେ ତାଙ୍କର ଜୋରଦାର ସ୍ୱର ଉତୋଳନ ସେତେବେଳେ ହରିଚନ୍ଦନଙ୍କ ସମେତ ତାଙ୍କ ପିଢ଼ିର ରାଜନେତା ମାନଙ୍କ ପାଇଁ ବେଶ ପ୍ରେରଣା ଦାୟକ ଥିଲା ବୋଲି ହରିଚନ୍ଦନ ଉଲେଖ କରିଥିଲେ |

ବିଶିଷ୍ଟ ସାହିତ୍ୟିକ ଡ଼.ଦାସ ବେନେହୁର ମହତାବଙ୍କର ଅନନ୍ୟ ସିଦ୍ଧି ଓ ଅତୁଳନୀୟ ନିଷ୍ଠାପର ସାଧନାର ସ୍ତୁତିଗାନ କରିଥିଲେ | ପ୍ରଫେସର ଖାରବେଳ ମହାନ୍ତି ମହତାବ ଓ ସର୍ଦ୍ଦାର ବଲଭ ଭାଇ ପଟେଲଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ଉପରେ ଆଲୋକପାତ କରିଥିଲେ | ପ୍ରଫେସର ବିଷ୍ନୁ ଚରଣ ଚୌଧୁରୀ ମହତାବଙ୍କର ସୁଦୂର ପ୍ରସାରି ଦୁରଦୃଷ୍ଟି ଓଡିଶାର ସନ୍ତୁଳିତ ବିକାଶ କ୍ଷେତ୍ରରେ ସହାୟକ ହୋଇଥିଲା ବୋଲି ଦର୍ଶାଇଥିଲେ | ପ୍ରଫେସର ପ୍ରିତିଶ ଆଚାର୍ଯ୍ୟ ସର୍ଦ୍ଦାର ପଟେଲ ଓ ମହତାବ ପରସ୍ପର ପରିପୂରକ ଥିଲେ ବୋଲି ସୁଚାଇ ଥିଲେ |ପ୍ରଫେସର ମିନତୀ ପଣ୍ଡା ଠିକ ସମୟରେ ଠିକ କାର୍ଯ୍ୟ ସଫଳତାର ସହ କରିବାରେ ମହତାବ ସିଦ୍ଧହସ୍ତ ଥିଲେ ବୋଲି ଦମ୍ଭ ପ୍ରକାଶ କରିଥିଲେ | ପ୍ରଫେସର ନରସିଂହ ସାହୁ ମହତାବ ଅପାର ଦୂରଦର୍ଶୀ ଓ ବେଶାଲିଶ ନିର୍ଭିକ ଥିଲେ ବୋଲି ଦର୍ଶାଇ ସେ ଜୀବନକୁ ବାଜି ଲଗାଇବା ଭଳି ଦୁଃସାହସିକ ପଦକ୍ଷେପ ନେଇପାରୁଥିଲେ ବୋଲି କହିଥିଲେ |

ଓବିନିଅରର ମୁଖ୍ୟ ଆୟୋଜକ ଭୁବନେଶ୍ୱରସ୍ଥିତ ଇନ୍ଷ୍ଟିଟ୍ୟୁଟ ଅଫ ମେଡିଆ ଷ୍ଟାଡ଼ିଜର ନିର୍ଦେଶକ ଉପେନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ, ଦେବପ୍ରସାଦ ଦାସ ସଭାର ସୁସଂଚାଳନ କରିଥିଲେ | ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ ଏହି ସଭାରେ ଡ଼.ମହତାବଙ୍କର ସୁପୁତ୍ର ତଥା ସଂସଦ ଭର୍ତ୍ତୃହରି ମହତାବ, ଡ଼ ଅରୁନ୍ଧତି ଦେବୀ, ପିତାମ୍ବର ବାରିକ, ସୁଭାଷ ଗନ୍ତାୟତ, ଡ଼. ଦେବେନ୍ଦ୍ର ମାଝୀ, ଗଣେଶ୍ୱର ବେହେରା, ପ୍ରବୋଧ ସାମନ୍ତରାୟ, ନୟନ ମହାନ୍ତି,ପବିତ୍ର ମହାରଥା, ପୁଷ୍ପାଞ୍ଜଳି ବାରିକ, କାବେରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *

Trending

Exit mobile version