ବାରିପଦା ୮/୧୨ : ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ କଏଦୀ ଫେରାର ହୋଇଯାଇଛି । ଦୁଷ୍କର୍ମ ଅଭିଯୋଗରେ ତାକୁ ବାରିପଦା ସର୍କଲ ଜେଲ୍ରେ ରଖାଯାଇଥିଲା । ଗତ ୬ ତାରିଖରେ ସେ ଅସୁସ୍ଥ ହେବାପରେ ତାକୁ ହସ୍ପିଟାଲକୁ ଅଣାଯାଇଥିଲା । ତେବେ ଶନିବାର ସକାଳୁ ଶୋ÷ଚ ଯିବା ବାହାନାରେ ସେ ଖସି ଯାଇଥିଲା । ତାକୁ ଜଗିଥବା ଦୁଇ ୱାଡରଙ୍କୁ ନିଲମ୍ବନ କରାଯାଇଛି ।