ମୁମ୍ବାଇ ୨୯/୧୧ : ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା କଂଗ୍ରେସ ଛତିଶଗଡ଼ (ଜେସିସି)ର ପ୍ରତିଷ୍ଠାତା । ଅଜିତ୍ ଯୋଗୀ ହଠତ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତି କରାଯାଇଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ବିଶେଷଜ୍ଞ ଦଳ ତାଙ୍କ ଚିକିତ୍ସା କରୁଛନ୍ତି । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଛାତି ଭିତରେ ସାମାନ୍ୟ ସଂକ୍ରମଣ ହୋଇଛି ଏବଂ ତାଙ୍କୁ ଖୁବ୍ଶୀଘ୍ର ହସ୍ପିଟାଲରୁ ଡିସ୍ଚାର୍ଜ କରାଯିବ ବୋଲି ଜେଣ ଡାକ୍ତର ପ୍ରକାଶ କରିଛନ୍ତି ।