ବାଲେଶ୍ୱର ୧୪/୩ : ହସ୍ପିଟାଲ କ୍ୟାମ୍ପସରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ୟକ୍ତ ଲୋକେ ଚାନ୍ଦିପୁର ଡ଼ିଆରଡ଼ିଓ ରାସ୍ତା ଅବରୋଧ କରିଛନ୍ତି ।
ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସୁନହଟ ହସ୍ପିଟାଲ କ୍ୟାମ୍ପସରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବେକରେ ରସି ଲଗା ଅବସ୍ଥାରେ ଯୁବକଙ୍କ ମୃତଦେହ ଝୁଲି ରହିଥିଲା । ଏନେଇ ପରିବାର ପକ୍ଷରୁ ଟାଉନ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି । ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ୟକ୍ତ ଲୋକେ ଚାନ୍ଦିପୁର ଡ଼ିଆରଡ଼ିଓ ଠାରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ସେହି ରାସ୍ତାରେ ଗାଡ଼ିଚଳାଚଳ ଠପ ହୋଇଯାଇଛି ।