କୋରାପୁଟ ୧୮/୧୨ : ଜୟପୁରରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ କରିବା ଦାବିରେ ମଙ୍ଗଳବାର ଅଭିଭକ୍ତ କୋରାପୁଟ ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି । ଫଳରେ ଜୟପୁର, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଆଦି ସହରରେ ଜୀବନଯାତ୍ରା ଠପ୍ ହୋଇଯାଇଛି । ଆନ୍ଦୋଳନକାରୀମାନେ କେତେକ ସ୍ଥାନରେ ରେଳ ରୋକ ମଧ୍ୟ କରିଛନ୍ତି । ଅଧିକାଂଶ ସ୍ଥାନରେ ଦୋକାନବଜାର ଓ ବିଭିନ୍ନ ଅଫିସ ବନ୍ଦ ରହିଥିବାବେଳେ ଗାଡ଼ି ଚଳାଚଳ କରିନାହିଁ । ସ୍କୁଲ କଲେଜଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା । ତେବେ ଜରୁରୀ ସେବାଗୁଡ଼ିକୁ ଏହି ୧୨ ଘଂଟିଆ ବନ୍ଦରୁ ବାଦ୍ ଦିଆଯାଇଥିଲା ।