ଭବାନୀପାଟଣା ୭/୧ : କଳାହାଣ୍ଡିରେ ହାଇକୋର୍ଟର ସ୍ଥାୟୀବେଂଚ ଦାବିରେ ଜିଲ୍ଲା ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଛି । ଫଳରେ କଳାହାଣ୍ଡି ଜିଲ୍ଲାର ପ୍ରମୁଖ ସହରଗୁଡ଼ିକରେ ସ୍ୱାଭାବିକ ଜୀବନଯାତ୍ରା ବହୁ ଅଂଶରେ ବ୍ୟାହତ ହୋଇଛି । ସ୍କୁଲ, କଲେଜ, ଦୋକାନବଜାର, ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିଛି । ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ୧୨ ଘଣ୍ଟିଆ ବନ୍ଦରେ ବିଭିନ୍ନ ସହରର ଓକିଲ ସଂଘ ସାମିଲ ହୋଇଥିଲେ ।