ରାଜ୍ୟ

ହାଇକୋର୍ଟ ସ୍ଥାୟୀ ବେଂଚ ଦାବିରେ ପଶ୍ଚିମ ଓଡ଼ିଶା ଠପ୍

Published

on

ସମ୍ବଲପୁର ୨୯/୧୧ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଗୁରୁବାର ସମ୍ପୃକ୍ତ ଅଂଚଳରେ ଗୁରୁବାର ଠାରୁ ୨୪ ଘଂଟିଆ ବନ୍ଦ ଆରମ୍ଭ ହୋଇଛି । ଫଳରେ କେବଳ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାକୁ ଛାଡି ପଶ୍ଚିମ ଓଡ଼ିଶାର ସବୁ ବର୍ଗର ଲୋକ ଏଥିରେ ସାମିଲ ହୋଇଛନ୍ତି । ଏହି ଦୁଇଦିନିଆ ମହାବନ୍ଦ ଯୋଗୁଁ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ସୋନପୁର ଏକ ପ୍ରକାର ଠପ୍ ହୋଇଯାଇଛି । ଗୁରୁବାର ସକାଳୁ ସମ୍ବଲପୁରର କ୍ଷେତ୍ରରାଜପୁରଠାରେ ଆନ୍ଦୋଳନକାରୀମାନେ ସମ୍ବଲପୁର-ପୁରୀ ଓ ସମ୍ବଲପୁର-ରାୟଗଡ଼ା ଇଂଟରସିଟିକୁ ଅଟକାଇ ଦେଇଥିଲେ । ଏହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ୯ଟି ଟ୍ରେନ୍ର ଚଳାଚଳକୁ ବାତିଲ୍ କରାଯାଇଛି ।
ବନ୍ଦ ଯୋଗୁଁ ୫ଟି ଜିଲ୍ଲାରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ସ୍କୁଲ କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଦୋକାନବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । କୋ÷ଣସି ଗାଡ଼ି ମଧ୍ୟ ପ୍ରାୟ ଚଳାଚଳ କରିନଥିଲା । ପଶ୍ଚିମ ଓଡ଼ିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ୪୮ ଘଂଟିଆ ବନ୍ଦ ଡାକରା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version