ରାଜ୍ୟ

ହାଇଦ୍ରାବାଦ ଇଟାଭାଟିରେ ଫସିଛନ୍ତି ୧୮ ଆଦିବାସୀ ଯୁବତୀ

Published

on

କୋରାପୁଟ୨୪/୧୨ : ଏହି ଅଂଚଳର ୧୮ ଜଣ ଆଦିବାସୀ ଯୁବତୀ ହାଇଦ୍ରାବାଦର ଏକ ଇଟା ଭାଟିରେ ଅଟକି ରହିଛନ୍ତି । ସେମାନଙ୍କୁ ପାରିଶ୍ରମିକ ଦିଆଯାଉନଥିବା ବେଳେ ଘରକୁ ଫେରିବାକୁ ଚାହିଁଲେ ମଧ୍ୟ ସେଥିପାଇଁ ଅନୁମତି ଦିଆଯାଉନାହିଁ । ପରିବାର ଲୋକ ମଧ୍ୟ ସେମାନଙ୍କୁ ଭେଟି ପାରୁନାହାନ୍ତି । ଏହି ଯୁବତୀମାନେ ହେଲେ ଲକ୍ଷ୍ମୀପୁର ପିପଳପଦର ପଂଚାୟତ ଅନ୍ତର୍ଗତ ଚୁଚୁକଣା ଓ ପିସ୍କାଡାଙ୍ଗ ଗ୍ରାମର । ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଅଂଚଳବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version