ରାଜ୍ୟ

ହାଇୱାକୁ ପିଟି ଓଲଟିଲା ବସ : ୨ ମୃତ, ୨୦ ଆହତ

Published

on

କଟକ ୨୮/୧୨ : ସାଲେପୁର ନିକଟସ୍ଥ କମରପଦାଠାରେ ଏକ ବସ ଓଲଟି ପଡ଼ିବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଏକ ହାଇୱା ସହ ଧକ୍କା ହେବା ଫଳରେ ବସଟି ଓଲଟି ପଡ଼ିଥିଲା । ଏଥିରେ ବସର ହେଲପର ଓ ହାଇୱା ଡ୍ରାଇଭର ପ୍ରାଣ ହରାଇଥିଲେ । ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱରରୁ କିଛି ବ୍ୟକ୍ତି ଜଗତସିଂହପୁରର ଗୋରଖନାଥ ଦର୍ଶନ ପାଇଁ ଯାଉଥିବାବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ସେପଟେ ଗଜପତି ଜିଲ୍ଲା ମାରଲବା ଘାଟିରେ ଏକ ପିକ୍ନିକ୍ ବସ ଓଲଟିପଡ଼ିବାରୁ ୨ ଜଣ ଆହତ ହୋଇଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟସ୍ଥ କୁସୁବେଣ୍ଟି ରାସ୍ତାରେ ଏକ ଆମ୍ବୁଲାନ୍ସ ଓଲଟି ପଡ଼ିଛି । ଏଥିରେ ୩ଜଣ ଆହତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version