ରାଜ୍ୟ

ହାତୀଙ୍କ ପାଇଁ ଅଚଳ ହୋଇଗଲା ରାଜପଥ

Published

on

କଟକ ୫/୧ : ଦଳେ ହାତୀଙ୍କ ପାଇଁ ଶନିବାର ସକାଳୁ ଆଠଗଡ଼ ଅଂଚଳର ୫ନଂ ଜାତୀୟ ରାଜପଥ କେତେଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା । ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଖୁଣ୍ଟୁଣୀର ବଉଳ ଛକରେ । ହାତୀପଲ ବଉଳ ଛକଠାରେ ବହୁ ସମୟ ଧରି ଜାତୀୟ ରାଜପଥ ଦେଇ ଚଳାଚଳ କରିବା ଫଳରେ ଦୁଇପଟେ ଶହ ଶହ ଗାଡ଼ି ଅଟକି ରହିଥିଲା । ୨-୩ ଘଣ୍ଟା ପରେ ସେମାନେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ । ଫଳରେ ପୁଣି ଥରେ ରାଜପଥରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version