ସୁନ୍ଦରଗଡ଼/କାମାକ୍ଷାନଗର ୧୨/୧୨ : ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଢ଼େଙ୍କାନାଳ ଜିଲ୍ଲାରେ ଅନୁରୂପ ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍ ତାମଡା ରେଞ୍ଜ ଅନ୍ତର୍ଗତ ସଲଡେଗା ଗାଁରେ ହାତୀଟିଏ ପଶି ଘରଦ୍ୱାର ଭାଙ୍ଗିବା ସହିତ ଜଣେ ବ୍ୟକ୍ତିଙ୍କୁ ଗୋଡ଼ରେ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ସମ୍ପୃକ୍ତ ବ୍ୟକ୍ତିଜଣକ ପ୍ରାଣ ହରାଇଥିଲେ । ତେଣେ କାମାକ୍ଷାନଗର ପର୍ଜଙ୍ଗ ଅଞ୍ଚଳର କନ୍ଦରସିଙ୍ଗା ବାରଘରିଆ ଗାଁରେ ଏକ ହାତୀ ଆକ୍ରମଣରେ ଅନ୍ୟଜଣେ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।