ରାଜ୍ୟ

ହାତୀ ଆକ୍ରମଣରେ ଜଣେ ମୃତ : ରେଞ୍ଜରଙ୍କୁ ମାଡ଼ ମାରିଲେ ଉତ୍ୟକ୍ତ ଲୋକେ

Published

on

ଆଠଗଡ ୧୫/୬ : ଆଠଗଡ ବନାଂଚଳରେ ହାତୀ ଜଣଙ୍କୁ ଦଳି ଦେବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ରେଞ୍ଜରଙ୍କୁ ଧରି ନିସ୍ତୁକ ପିଟିଛନ୍ତି ହରିଡାପଶି ଗାଁ ଲୋକ । ଆଜି ସକାଳୁ ବାହାରିକୁ ଶୌଚ ପାଇଁ ଯାଇଥିଲେ ଆଠଗଡ ହରିଡାପଶି ଗାଁର କାଳିଆ ବେହେରା । ତିଗିରିଆ ରେଞ୍ଜ ଅନ୍ତର୍ଗତ ଏହି ଗାଁରେ ଅନେକ ସମୟରେ ହାତୀଙ୍କ ଆତଯାତ ରହିଛି । ତେବେ କାଳିଆ ବେହେରା ହାତୀ ସାମନାକୁ ଆସିଯିବାରୁ ତାଙ୍କୁ ଦଳି ପକାଇଥିଲା ଜଙ୍ଗଲୀ ହାତୀ । ହାତୀ ଆକ୍ରମଣରେ କାଳିଆଙ୍କ ଶରୀରର ଅଧା ଅଂଶ ଛିଡି ପଡିଥିଲା । ଏହାକୁ ଦେଖି ଗାଁ ଲୋକେ ଅଧିକ ଉତ୍ତେଜିତ ହୋଇପଡିଥିଲେ । ଆଠଗଡ ରେଞ୍ଜରଙ୍କୁ ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version