ପୁରୀ ୧୬/୧୨ : ପୁରୀ ଓ କେନ୍ଦୁଝର ଜିଲ୍ଲାରେ ଆଜି ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ଜଣେ ଆହତ ହୋଇଛନ୍ତି । ପୁରୀ ଜିଲ୍ଲାର କଣାସ ଅଂଚଳକୁ ଆଜି ସକାଳେ ଏକ ହାତୀ ପଲ ପଶି ଆସିଥିଲେ । ସଞ୍ଜୟ ମଲ୍ଲିକ ନାମକ ଜଣେ ଯୁବକ ହାତୀ ଦେଖିôବାକୁ ଯାଇଥିବାବେଳେ ଏକ ହାତୀ ତାଙ୍କୁ ଗୋଡ଼ାଇ ଆସି ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେଠାରେ ଆଉ ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ଆହତ ହୋଇଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲା ଯୋଡ଼ା ଅଂଚଳରେ ହାତୀ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ଏହି ମହିଳାଙ୍କ ନାମ ଲିପି ମୁଣ୍ଡା ।