ବାରିପଦା ୨/୧୨ : ମାରଡ଼ା ଅଂଚଳକୁ ୩୦ ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ପଶି ଆସି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏହି ହାତୀମାନେ ଶନିବାର ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ ବଡ଼ାମପୁରୁ ଗାଁରେ ପଶି ବହୁ ଘରଦ୍ୱାର ଓ ଫସଲ ନଷ୍ଟ କରିପକାଇଥିଲେ । ବନ ବିଭାଗ ସେମାନଙ୍କୁ ଘଉଡାଇବାରେ ବିଫଳ ହୋଇଥିବାରୁ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇ ଫରେଷ୍ଟ ଅଫିସକୁ ରବିବାରଦିନ ଘେରାଉ କରିଛନ୍ତି । ସମ୍ପୃକ୍ତ ଅଂଚଳରେ ହାତୀଙ୍କୁ ନେଇ ଉତେଜନା ଲାଗି ରହିଛି ।