ରାଜ୍ୟ

ହାତୀ ମୃତ୍ୟୁ ପାଇଁ ସେସୁକୁ ୪ କୋଟି ଟଙ୍କା ଜୋରିମାନା

Published

on

ଭୁବନେଶ୍ୱର ୨୦/୧୨ : ବିଦ୍ୟୁତ ଆଘାତରେ ହାତୀଙ୍କ ମୃତ୍ୟୁ ପାଇଁ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ସେସୁ ଉପରେ ଆଉ ୩ କୋଟି ଟଙ୍କା ଜୋରିମାନା କରିଛନ୍ତି । ପୂର୍ବରୁ ଏନଜିଟି ଗତ ଅକ୍ଟୋବର ୩୦ ତାରିଖରେ ୧ କୋଟି ଟଙ୍କା ଜୋରିମାନା ଧାର୍ଯ୍ୟ କରିଥିଲେ । ପରେ ତାହାକୁ ସଂଶୋଧନ କରି ଜୋରିମାନା ରାଶି ୪ କୋଟିକୁ ବୃଦ୍ଧି କରିଛନ୍ତି । ସେସୁ ଜୋରିମାନା ଅର୍ଥ ବନ ବିଭାଗକୁ ହସ୍ତାନ୍ତର କରିବ । ସରକାର ଏହି ଟଙ୍କାରେ ହାତୀଙ୍କ ସୁରକ୍ଷା ପାଇଁ ଆକ୍ସନ ପ୍ଲାନ୍ ତିଆରି କରିବେ ବୋଲି ଜଷ୍ଟିସ ଏକେ ଗୋଏଲଙ୍କ ନେତୃତ୍ୱାଧୀନ ଏନ୍ଜିଟି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଢ଼େଙ୍କାନାଳ ଜିଲ୍ଲାର କମଳାଙ୍ଗଠାରେ ବିଦ୍ୟୁତ୍ ଆଘାତରେ ୭ଟି ହାତୀଙ୍କ ମୃତ୍ୟୁ ଘଟିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version