ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତା ଇରଫାନ ଖାନଙ୍କର ୫୩ବର୍ଷ ବୟସରେ ବୁଧବାର ଏଠାରେ ପରଲୋକ ହୋଇଯାଇଛି। ସେ କୋଲନ କ୍ୟାନ୍ସର ପାଇଁ ସ୍ଥାନୀୟ ଏକ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିଲେ ।ତାଙ୍କର ବିଧବା ପତ୍ନୀ ଏବଂ ଦୁଇ ପୁଅ ଜୀଵିତ ଅଛନ୍ତି।
ଇରଫାନଙ୍କ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା ।
ପାନ ସିଂହ ତୋମାର ସିନେମାରେ ଅଭିନୟ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଥିଲା।
ଅମିତାଭ ଵଚନଙ୍କ ସହ ତାଙ୍କର ଅଭିନିତ ‘ପିକୁ’ ସିନେମା ବେଶ ଚର୍ଚ୍ଚିତ ଥିଲା।
‘ସ୍ଲମଡଗ ମିଲିନିୟର’ ଓ ‘ଲାଇଫ ଅଫ ପି’ ଭଳି ଇଂରାଜୀ ଭାଷାର ସିନେମାରେ ଅଭିନୟ ତାଙ୍କ ପାଇଁ ଅନ୍ତର୍ଜାତୀୟ ଖ୍ୟାତି ଆଣିଦେଇଥିଲା ।
ହଲିଉଡ଼ର ସୁପର ହିଟ ସିନେମା ‘ଜୁରାସିକ ଓ।ଲଡ଼’ ଓ ‘ଇନଫରନୋ’ ସିନେମାରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଥିଲେ ।