ହୀରାକୁଦ ୧୦/୧ : ହୀରାକୁଦ ଡ୍ୟାମରେ ଆଉ ୧୫ଟି ସ୍ପିଲୱେ ନିର୍ମାଣ କରାଯିବ । ଏହି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା । ସେ କହିଛନ୍ତି ଯେ, ଏହାର ନିର୍ମାଣ ପାଇଁ ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ୩ ବର୍ଷ ମଧ୍ୟରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜଳପ୍ରବାହ ଓ ଡ୍ୟାମ ପ୍ରତି ଥିବା ବିପଦକୁ ଏଡ଼ାଇବା ଲକ୍ଷ୍ୟରେ ନୂଆ ସ୍ପିଲୱେ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି ।