ରାଜନୀତି

ହେଭିୱେଟ ଲଢ଼େଇ : ସମ୍ବଲପୁର ବିଧାନସଭା ଆସନରୁ ଲଢ଼ିବେ ରାସେଶ୍ୱରୀ

Published

on

ସମ୍ବଲପୁର ୨୫/୩ : ସମ୍ବଲପୁର ବିଧାନସଭା କ୍ଷେତ୍ରରେ ପୁଣି ସାମ୍ନାସାମ୍ନି ହେବେ ଦୁଇ ହେଭିୱେଟ୍ । ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ଗତଥର ପରାଜିତ ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କୁ ପୁଣି ଟିକେଟ୍ ଦେବାପରେ ଗତକାଲି ବିଜେଡି ସୁପ୍ରିମୋ ମଧ୍ୟ କାର୍ଡ ଖୋଲିଛନ୍ତି । ଆଉ ୨୦୧୪ର ଫଳାଫଳକୁ ପୁନରାବୃତ୍ତି କରିବା ପାଇଁ ରାସ୍ୱେଶ୍ୱରୀ ପାଣିଗ୍ରାହୀଙ୍କୁ ପୁଣି ସମ୍ବଲପୁର ଭାର ଦେଇଛନ୍ତି ବିଜେଡି ସୁପ୍ରିମୋ । ଏବେ ଉଭୟଙ୍କ ମଧ୍ୟରେ ଆସନ୍ତା ୨୩ ତାରିଖରେ ହେବାକୁଥିବା ତୃତୀୟ ପର‌୍ୟ୍ୟାୟ ନିର୍ବାଚନରେ ମହାଲଢ଼େଇ ହେବ ବୋଲି ଆଶା ରଖିଛନ୍ତି ଉଭୟଙ୍କ ସମର୍ଥକ ।
ଗତ ୨୦୧୪ ସାଧାରଣ ନିର୍ବାଚନକୁ ଅନୁଧ୍ୟାନ କଲେ ଜଣାପଡେ ଯେ, ଏହି ଆସନରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଥିବା ଜୟନାରାୟଣଙ୍କ ବିଜୟଧାରାରେ ଗତଥର ବ୍ରେକ୍ ଲଗାଇଥିଲେ ବିଜେଡି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ । ରାସେଶ୍ୱରୀ ଏହି ନିର୍ବାଚନରେ ସମୁଦାୟ ୪୮,୩୬୨ ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନରେ ରହି ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ରାସେଶ୍ୱରୀ ତାଙ୍କ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଜୟନାରାୟଣଙ୍କୁ ୯,୯୫୮ ଖଣ୍ଡ ଭୋଟରେ ହରାଇଥିଲେ । ଏବଂ ଜୟ ନାରାୟଣ ମୋଟ୍ ୩୮, ୪୦୪ ଖଣ୍ଡ ଭୋଟ ପାଇଥିଲେ, ଯାହାକି ସମୁଦାୟ ଭୋଟର ୩୩.୯୩ ପ୍ରତିଶତ ଥିଲା । ତେବେ ବିଜେପି ଏଥର ପୁଣି ଜୟନାରାୟଣଙ୍କୁ ଟିକେଟ୍ ଦେଇ ୨୦୧୪ ବଦଲା ବିଜେଡି ଠାରୁ ନେବାକୁ ବଳକଷିଛି । ସେପଟେ ବିଜେଡି ମଧ୍ୟ ରାସେଶ୍ୱରୀଙ୍କୁ ବିଜୟଧାରା ବଜାୟ ରଖିବାକୁ ଟିକେଟ୍ ଦେଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version