ସମ୍ବଲପୁର ୧୬/୪ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ଯୁକ୍ତି ତର୍କ ଏବେ ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଏମସିଏଲ ହେଲିପ୍ୟାଡରେ ପହଚିଂବା ପରେ ହେଲିକପ୍ଟରକୁ ଯାଂଚ କରିବାକୁ ଚାହିଁଥିଲେ ପୁଲିସ ଅଧିକାରୀ । କିନ୍ତୁ ଧର୍ମେନ୍ଦ୍ର ପୁଲିସ ଅଧିକାରୀଙ୍କ ଏଭଳି ଆଚରଣରେ କ୍ଷୁବ୍ଧ ହୋଇଯାଇଥିଲେ । ସେମାନଙ୍କୁ କାଗଜ ଦେଖେଇବାକୁ କହିଥିଲେ । ଏହା ପରେ ବୁର୍ଲା ଏସଡିପିଓ ଘଟଣା ସ୍ଥଳରେ ପହଚିଂଥିଲେ । ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କ ନିଜର ପରିଚୟ ପତ୍ର ଦେଖାଇଥିଲେ । ଏପରିକି ସେମାନେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଯାଂଚ କରୁଛନ୍ତି କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଉତ୍ତରରେ ପୋଲିସ ଅଧିକାରୀମାନେ କହିଥିଲେ , କି ସେମାନେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ କାର୍ୟ୍ୟ କରୁଛନ୍ତି । ବାସ ଏହାପରେ କ୍ଷୁବ୍ଧ ହୋଇପଡ଼ିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ପୋଲିସ ଅଧିକାରୀଙ୍କ କାର୍ୟ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇ ଆରମ୍ଭ କରିଥିଲେ ଯୁକ୍ତି ତର୍କ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।