ଦେଶ ବିଦେଶ

ହ୍ଵାଇଟ ହାଉସ ଟ୍ଵିର୍ଟର ଆକାଉଣ୍ଟରୁ ମୋଦି ଗାୟବ

Published

on

ନୂଆଦିଲ୍ଲୀ:ହ୍ଵାଇଟ ହାଉସ ତାର ଟ୍ଵିର୍ଟର ଆକାଉଣ୍ଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନାମକୁ ହଟାଇ ଦେଇଛି ।
ନିକଟରେ ସୋସିଆଲ ମେଡିଆରେ ପ୍ରସାରିତ ହୋଇଥିବା ଏକ ତଥ୍ୟ ଅନୁଯାୟୀ ସମଗ୍ର ବିଶ୍ୱରେ ମୋଦି ଏକ ମାତ୍ର ରାଷ୍ଟ୍ରମୁଖ୍ୟ ଯାହାଙ୍କ ଟ୍ଵିର୍ଟର ଆକାଉଣ୍ଟ କୁ ହ୍ଵାଇଟ ହାଉସ ଫଲୋ କରୁଛି ।

ତେବେ ପ୍ରକୃତ ପକ୍ଷେ ଗତ ଏପ୍ରିଲ ୧୦ ତାରିଖ ବେଳଠୁ ହ୍ଵାଇଟ ହାଉସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆକାଉଣ୍ଟକୁ ବି ଫଲୋ କରିବା ଆରମ୍ଭ କରିଥିଲା। ଏହା ଛଡା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ),ଆମେରିକାର ୱାସିଂଟନରେ ଥିବା ଭାରତୀୟ ଦୂତାବାସ ଓ ଭାରତରେ ଥିବା ଆମେରିକୀୟ ଦୂତାବାସକୁ ଫଲୋ କରୁଥିଲା।
ବର୍ତ୍ତମାନ ହ୍ଵାଇଟ ହଉସ ମୋଦିଙ୍କୁ ଫଲୋ କରିବା ବନ୍ଦ କରିଦେଇଛି। ଏହା ସଙ୍ଗେ ସଙ୍ଗେ ପିଏମଓ ଓ ରାଷ୍ଟ୍ରପତି ଆକାଉଣ୍ଟକୁ ମଧ୍ଯ ତାଲିକାରୁ ବାଦ ଦେଇ ଦେଇଛି। କେବଳ ସେତିକି ନିହେଁ ୱାସିଂଟନରେ ଥିବା ଭାତରୀୟ ଦୂତାବାସ ଓ ନୂଆଦିଲ୍ଲୀରେ ଥିବା ଆମେରିକୀୟ ଦୂତାବାସ କୁ ମଧ୍ୟ ଫଲୋ କରିବା ବନ୍ଦ କରି ଦେଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version