ଅନୁଗୁଳ ୨୧/୬ : ସୁଲେକାଇ ଗ୍ରାମରେ ହାତୀ ଆତଙ୍କ ଦେଖାଦେଇଛି । ହାତୀମାନେ ଆଜି ସକାଳେ ୨ଜଣ ବ୍ୟକ୍ତିଙ୍କୁ କଚାଡି ମାରିଛନ୍ତି । ସୂଚନାନୁସାରେ, ଆଜି ସକାଳେ ଦୁଇଜଣ ଯୁବକ ବିଲକୁ ଯାଇଥିଲେ । ସେହିସମୟରେ ଏକ ହାତୀପଲ ବିଲରେ ପଶି ଫସଲ ନଷ୍ଟ କରୁଥିଲେ । ଏହାଦେଖି ସେମାନେ ହାତୀଙ୍କୁ ଘଉଡାଇବାକୁ ଚେଷ୍ଟା କରୁଥିଲେ । ତେବେ ହାତୀମାନେ ଯୁବକ ଦ୍ୱୟଙ୍କୁ ଆକ୍ରମଣ କରି ମାରିପକାଇଥିଲେ । ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ବନ ବିଭାଗର କାର୍ୟ୍ୟଦକ୍ଷତାକୁ ନେଇ ଅଂଚଳବାସୀ ପ୍ରଶ୍ନ ଉଠାଇଛନ୍ତି ।