ଢ଼େଙ୍କାନାଳ ୨୮/୧୨ : ଢ଼େଙ୍କାନାଳ ଆରଟିଓ ଦିବାକର ସିଂହଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କର ଢ଼େଙ୍କାନାଳସ୍ଥିତ ଭଡ଼ାଘର, ମୟୂରଭଞ୍ଜସ୍ଥିତ ପୈତୃକ ଘର ଏବଂ ବାଲେଶ୍ୱର ଓ ଭୁବନେଶ୍ୱରରେ ଥିବା ଘର ଉପରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ସିଂହଙ୍କ ଆର୍ଥିକ କାରବାର ଓ ଧନସମ୍ପତ୍ତି ନେଇ ଦଲିଲ ଦସ୍ତାବିଜ ଯାଂଚ କରୁଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି ।