ଲକ୍ଷେ୍ନା÷ ୫/୧ : ଉତ୍ତର ପ୍ରଦେଶରେ ବିରୋଧୀ ମେଣ୍ଟରେ କଂଗ୍ରେସ ସାମିଲ ହୋଇପାରିନାହିଁ । ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି ଓ କଂଗ୍ରେସକୁ ନେଇ ଏନଡିଏ ବିରୁଦ୍ଧରେ ମହାମେଣ୍ଟ ପାଇଁ ବହୁ ଦିନରୁ ପ୍ରୟାସ ଜାରି ରହିଥିଲେ ହେଁ, ଶେଷରେ ତାହା ଫସର ଫାଟି ଯାଇଛି । କଂଗ୍ରେସକୁ ସାଥିରେ ନନେଇ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ମେଣ୍ଟ କରି ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଏସପି ସଭାନେତ୍ରୀ ମାୟାବତୀ ଓ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।