ଦେଶ ବିଦେଶ

ୟୁପିରେ ୭ଟି ସିଟରେ ପ୍ରାର୍ଥୀ ନଦେବାକୁ ଘୋଷଣା କରିଛି କଂଗ୍ରେସ

Published

on

ଲକ୍ଷ୍ନୌ ୧୭/୩ : ୟୁପିରେ ୭ଟି ସିଟରେ ପ୍ରାର୍ଥୀ ନଦେବାକୁ ଘୋଷଣା କରିଛି କଂଗ୍ରେସ । କଂଗ୍ରେସ ଏହି ସିଟରେ ମୁକାବିଲା ଲଢିବା ବଦଳରେ ମହାମେଣ୍ଟକୁ ନୈତିକ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି। ୟୁପିରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବବ୍ବର ଏସପି-ବିଏସପି ଓ ଆରଏଲଡି ପାଇଁ ୭ ସିଟରେ ପ୍ରାର୍ଥୀ ନଦେବାକୁ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ପାର୍ଟି ମହାସଚିବ ପ୍ରିୟଙ୍କା ଗାନ୍ଧୀ ରବିବାର ଚାରି ଦିନିଆ ରାଜ୍ୟଗସ୍ତରେ ଅଛନ୍ତି। ଏହା ମଧ୍ୟରେ ରାଜ ବବ୍ବର ସାମ୍ବାଦିକ ସମ୍ମିଳନୀ କରି ମହାମେଣ୍ଟ ପ୍ରତି କଂଗ୍ରେସ ପାର୍ଟିର ସମ୍ମାନ ଥିବା କହି ବଡ଼ ସଙ୍କେତ ଦେବାକୁ ଚେଷ୍ଟା କରିଛନ୍ତି।
ରାଜ ବବ୍ବର କହିଛନ୍ତି ଯେ, ଫାଶିବାଦୀ ତାକତକୁ ହରାଇବା ପାଇଁ କଂଗ୍ରେସ ପାର୍ଟି ୭ଟି ସିଟରେ ନିଜର ପ୍ରାର୍ଥୀ ନଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ମୈନପୁରୀ, କନ୍ନୌଜ, ଫିରୋଜବାଦ ପରି ସିଟରେ କଂଗ୍ରେସ ପ୍ରାର୍ଥୀ ଦେବ ନାହିଁ। ଏଠାରୁ ମାୟାବତୀ, ଆରଏଲଡି ନେତା ଜୟନ୍ତ ଜି ଓ ଅଜିତ୍ ସିଂହ ନିର୍ବାଚନ ଲଢିବେ।

Leave a Reply

Your email address will not be published. Required fields are marked *

Trending

Exit mobile version