ନୂଆଦିଲ୍ଲୀ ୨୬/୩ : ଡ୍ରଗ ମାଫିଆ ଏବଂ ଏଟିଏସ ମଧ୍ୟରେ ଆଜି ପୁଣି ମୁହାଁମୁହିଁ ସ୍ଥିତି ଉପୁଜିଛି । ପୋରବନ୍ଦର ପାଖରେ ଦୁଇ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଏଟିଏସ ସହ ତଟରକ୍ଷୀ ବାହିନୀ ଏକ ବୋଟରୁ ୯ଜଣ ଇରାନୀ ନାଗରିକଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ପ୍ରାୟ ୧୦୦ କେଜିର ହେରୋଇନ ଜବତ ହୋଇଛି ।
ଏହି ଘଟଣା ପୋରବନ୍ଦରରେ ଘଟିଛି । ଏଠାରେ ଡ୍ରଗ୍ସ ମାଫିଆମାନେ ବୋଟରେ ଡ୍ରଗ ଭରି କରି ଆଣୁଥିଲେ । ସେହି ସମୟରେ ଏଟିଏସ ସହ ସେମାନେ ମୁହାଁମୁହିଁ ହୋଇଥିଲେ । ଏହାପରେ ମାଫିଆମାନେ ବୋଟକୁ ଜଳାଇଦେଇଥିଲେ । ତେବେ ଏହି ଡ୍ରଗ୍ସର ଆନୁମାନିକ ମୂଲ୍ୟ ୫୦୦ କୋଟି ହେବ ବୋଲି କୁହାଯାଉଛି । ଏହି ବୋଟଟି ପାକିସ୍ତାନର ହମିଦ ମଲ୍ଲିକଙ୍କର ହୋଇଥିବା ଜଣାପଡିଛି ।