କୁହାଯାଏ କି ବୟସର ଏକ ସୀମା ଅଛି, ଏହାପରେ ମଣିଷ କର୍ମ ଜୀବନରୁ ଅବସର ନେଇଯାଏ । କାମ କରିବାର କ୍ଷମତା କମିଯାଏ । ହେଲେ କ’ଣ ? ଆପଣ ବିଶ୍ୱାସ କରିବେ ! ଦୁନିଆଁର ସବୁଠାରୁ ବୁଢା ବାରିକ ହେଉଛନ୍ତି ଆନ୍ଥୋନୀ ମେନ୍ସିନେଲି । ୧୦୭ବର୍ଷ ବୟସରେ ସେ ଲୋକଙ୍କ ପାଇଁ ଫୁଲ ଟାଇମ୍ ହେୟାର କଟ୍ କରୁଛନ୍ତି । ହଁ ଆପଣ ଜାଣି ଚମକି ଯାଇଥିବେ ନିହାତି, କିନ୍ତୁ କଥାଟି ସତ! ଆମେରିକାର ନ୍ୟୁର୍ୟକ ସହରର ୧୦୭ ବର୍ଷ ଧରି ଆନ୍ଥୋନୀ ମେନ୍ସିନେଲି ଆଜି ବି ଲୋକଙ୍କ ଚୁଟି କାଟୁଛନ୍ତି । ଆଶ୍ଚର୍ଯ୍ୟର କଥା ଯେ, ଲୋକମାନେ ନୂଆ ନୂଆ ହେୟାର କଟ୍ ପାଇଁ ନିଜେ ତାଙ୍କ ପାଖକୁ ଆସିଥାନ୍ତି । ଆନ୍ଥୋନୀ ମେନ୍ସିନେଲି ପାଖାପାଖି ୧୧ ବର୍ଷ ବୟସରୁ ଏହି ସହରରେ ସେଲୁନ ଚଳାଉଛନ୍ତି । ୨୦୦୭ ମସିହା ୯୬ ବର୍ଷରେ ସେ ଗୀନିଜ ୱାର୍ଲ୍ଡ ରେକର୍ଡ ବନାଇଥିଲେ । ଦୁନିଆର ସବୁଠାରୁ ବୁଢା ବାରିକ ଉପାଧି ମଧ୍ୟ ସେ ପାଇଛନ୍ତି । ତାଙ୍କ ବଢୁଥିବା ବୟସ ବି ତାଙ୍କ କାମରେ ବାଧକ ସାଜି ନାହିଁ । ମେନ୍ସିନେଲି କହନ୍ତି, “ମୋର କିଛି ଗ୍ରାହକ ଅଛନ୍ତି, ଯାହାର ପିତା, ଦାଦା ଓ ପରଦାଦା ସହିତ ଚାରି ପୀଢୀର ଲୋକଙ୍କ ଚୁଟି କାଟିଛନ୍ତି” । ମେନ୍ସିନେଲି ଆହୁରି ମଧ୍ୟ କହିନ୍ତି ସେ ସନ୍ତୋଷ ଜନକ ଭାବେ ଏହି କାମ କରି ଆସୁଛନ୍ତି । ଆଜି ପର୍ଯ୍ୟନ୍ତ ସେ କେବେ ନିଶା ଦ୍ରବ୍ୟ ମଧ୍ୟ ଗ୍ରହଣ କରି ନାହାଁନ୍ତି । ଏହି କାରଣରୁ ସେ ଏଇ ବୟସରେ ମଧ୍ୟ ଏତେ ଅଧିକ କାମ କରି ପାରୁଥିବା କହିଥାନ୍ତି । ଅଧିକ କାମ କରିବାର ଆଉ ଏକ କାରଣ ଥିବା କହନ୍ତି । ସେ କୁହନ୍ତି ତାଙ୍କ ସ୍ତ୍ରୀ ୧୪ ବର୍ଷ ପୂର୍ବେ ୭୦ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ତେଣୁ ସେ ନିଜକୁ ଉତ୍ସାହିତ ରଖିବା ପାଇଁ କାମ ପ୍ରତି ଅଧିକ ଧ୍ୟାନ ଦେଉଥିଲେ । ମେନ୍ସିନେଲି କାମକୁ ଆସିବା ପୂର୍ବରୁ ପ୍ରତ୍ୟେକ ଦିନ ତାଙ୍କ ସ୍ତ୍ରୀଙ୍କ ସମାଧିକୁ ଯାଇଥାନ୍ତି ।