ରାଜ୍ୟ

୧୦ କିଲୋମିଟର ନଦୀ ଓ ପାହାଡ ରାସ୍ତା ପାର ହୋଇ ଅପହଂଚ ଇଲାକାରେ ପହଞ୍ଚିଲେ ଚିତ୍ରକୋଣ୍ଡା ବିଡିଓ

Published

on

ଚିତ୍ରକୋଣ୍ଡା ୭/୬ : ଅପହଂଚ ଇଲାକାର ଲାଲ କରିଡରରେ ପହଂଚିଛନ୍ତି ସରକାରୀ ବାବୁ । ଅପହଂଚ ଧୂଳିପୁଟ ପଂଚାୟତରେ ପହଂଚିଛନ୍ତି ଚିତ୍ରକୋଣ୍ଡା ବିଡିଓ । ପ୍ରାୟ ୮ରୁ ୧୦ କିଲୋମିଟର ନଦୀ ନାଳ ଓ ଘାଟି ପାହାଡ ରାସ୍ତା ପାର ହୋଇ ସେଠାରେ ପହଂଚିଥିଲେ ବିଡିଓ ଲରେମୋହନ କରସେଲ । ପଂଚାୟତବାସୀଙ୍କ ସହ ସମସ୍ତ ସମସ୍ୟାର ଆଲୋଚନା କରି ପ୍ରଥମେ ଗାଁକୁ ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ । ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଆର ଭିନିଲ କ୍ରିଷ୍ଣାଙ୍କ ଅପହରଣ ପରେ ଏହି ଅଂଚଳରେ କୌଣସି ସରକାରୀ ଅଧିକାରୀ ଆଉ ଆସିନଥିଲେ । ନକ୍ସଲ ଭୟରେ ଏହି ଅଂଚଳକୁ କେହି ଆସୁ ନଥିବା ବେଳେ ଏହି ଅଂଚଳକୁ ଲରେମୋହନ ପହଂଚି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version