ଭୁବନେଶ୍ୱର ୨୦/୨ : ଛତିଶଗଡରୁ ଗୋଟିଏ ଗାଡିରୁ ଜବତ ହୋଇଥିବା ପ୍ରାୟ ୧୧ କୋଟି ଟଙ୍କା କାହାର ତାର ଖୋଲତାଡ କରିବ ଓଡିଶା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ।
ଗତକାଲି ଛତିଶଗଡ ମହାସମୁନ୍ଦରୁ ଜବତ କରାଯାଇଥିଲା ଏହି ବିପୁଳ ଟଙ୍କା । ଓଡିଶାରୁ ଏହି ଟଙ୍କା ୟୁପିରୁ ଆଗ୍ରା ଯାଉଥିବା ବେଳେ ଗାଡିକୁ ଧରିଥିଲା ଛତିଶଗଡ ପୋଲିସ । ଏଥିରେ ଦୁଇ ହଜାର, ପାଞ୍ଚ ଶହ ଟଙ୍କା ଏବଂ ଶହେ ଟଙ୍କାର ବଣ୍ଡଳ ବଣ୍ଡଳ ନୋଟ ରହିଥିଲା । ଏହି ଘଟଣାରେ ଛତିଶଗଡର ମହାସମୁନ୍ଦ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ତେବେ ଟଙ୍କା କେଉଁଠୁ ଆସୁଥିଲା ତାକୁ ନେଇ ପଚରା ଉଚରା କରିବା ପରେ ସେ ସମ୍ପର୍କରେ ସଠିକ ତଥ୍ୟ ଦେଇନପାରିବାରୁ ସନ୍ଦେହ ବଢିଥିଲା । କଟକ କିମ୍ୱା ଭୁବନେଶ୍ୱରରୁ ଏହି ଟଙ୍କା ଯାଉଥିବା ପୋଲିସ ସନ୍ଦେହ କରିଛି । ନିର୍ବାଚନ ପୂର୍ବରୁ ଏତେ ଟଙ୍କା ଧରା ପଡିବା ଘଟଣାକୁ ଅଧିକ ସମ୍ବେଦନ ବହନ କରୁଛି ।