ଅପରାଧ

୧୩,୫୦୦ କୋଟି ଠକେଇ : ଲଣ୍ଡନରୁ ନିରବ ମୋଦି ଗିରଫ

Published

on

ନୂଆଦିଲ୍ଲୀ ୨୦/୩ : ପିଏନବି ମହାଠକେଇର ସର୍ଦ୍ଦାର ନିରବଙ୍କୁ ଦୀର୍ଘ ୧୩ ମାସ ପରେ ଲଣ୍ଡନରୁ ଗିରଫ କରିଛି ପୋଲିସ । ନିରବଙ୍କ ଗିରଫଦାରୀ ଭାରତ ସରକାରଙ୍କ ସବୁଠୁ ବଡ କୂଟନୈତିକ ସଫଳତା ବୋଲି କୁହାଯାଉଥିବା ବେଳେ ଖୁବଶୀଘ୍ର ତାଙ୍କୁ ଭାରତ ଆଣିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ଗିରଫ ପରେ ନିରବଙ୍କୁ ପ୍ରଥମେ ୱେଷ୍ଟମିନିଷ୍ଟର କୋର୍ଟରେ ହାଜର କରାଯିବ ।
ନିରବଙ୍କୁ ପ୍ରର୍ତ୍ୟପଣ ଚୁକ୍ତି ଆଧାରରେ ଦେଶକୁ ଆଣିବାକୁ ବ୍ରିଟେନ ସରକାରଙ୍କୁ ପୂର୍ବରୁ ଅନୁରୋଧ କରି ଆସିଛି ଭାରତ । ତେବେ ଗିରଫ ହେବା ପରେ ନିରବଙ୍କୁ ଦେଶକୁ ଆଣିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି ଭାରତ । ଏଥିପାଇଁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ ଲଣ୍ଡନ ଅଭିମୁଖେ ଖୁବଶୀଘ୍ର ଯାତ୍ରା କରିବେ ବୋଲି ସୂଚନା ମିଳିଛି । ଏପରିକି ଏହି ଟିମ୍ ଲଗାତାର ବ୍ରିଟେନର ଅଧିକାରୀ ଓ ସେଠାରେ ଥିବା ଭାରତୀୟ କମିସନରଙ୍କ ଯୋଗାଯୋଗରେ ରହି ଆସିଛନ୍ତି । ନିର୍ବାଚନ ପୂର୍ବରୁ ନିରବଙ୍କ ଗିରଫ ମୋଦି ସରକାରଙ୍କ ପାଇଁ ମାଷ୍ଟରଷ୍ଟ୍ରୋକ ସାବ୍ୟସ୍ତ ହେବାକୁ ଯାଉଛି । କାରଣ ନିରବ ଦେଶରୁ ଫେରାର ହେବା ପରେ ବିରୋଧୀଙ୍କ ଟାର୍ଗେଟରେ ରହି ଆସିଛି ମୋଦି ସରକାର ।

Leave a Reply

Your email address will not be published. Required fields are marked *

Trending

Exit mobile version