ରାଜନୀତି

୧୪୭ଟି ବିଧାନସଭା ଆସନରୁ କଂଗ୍ରେସ ୯୬ଟି ଆସନ ଅକ୍ତିଆର କରିବ : ସୁର

Published

on

ଭୁବନେଶ୍ୱର ୨୫/୩ : ଉଭୟ କେନ୍ଦ୍ର ଏବଂ ରାଜ୍ୟରେ କିଏ ଶାସନ ଗାଦିରେ ବସିବ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଓ ଆଲୋଚନା । ଆଉ ଏହାରି ଭିତରେ ସାମ୍ନାକୁ ଆସୁଛି ନେତାଙ୍କ ବୟାନବାଜି । ନିର୍ବାଚନରେ ବିଜୟ ନେଇ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି ସମସ୍ତ ରାଜନୈତିକ ଦଳ । ବିଜେପି ୧୨୦ ମିଶନ କଥା କହୁଥିବା ବେଳେ ବିଜେଡି ୧୩୦ ଆସନ ଆଣିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି । ଆଉ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଦେଇଛି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ବୟାନ ।
ସେ କହିଛନ୍ତି, ବିଜେପି ଏବଂ ବିଜେଡିର ଶୂନ କଟିବ । ଅର୍ଥାତ ଆଗାମୀ ନିର୍ବାଚନରେ ବିଜେପି ୧୨ଟି ବିଧାନସଭା ଆସନ ପାଇବ ଏବଂ ବିଜେଡି ୧୩ଟି ବିଧାନସଭା ଆସନ ପାଇବ । ଏହି ୨୫ଟି ଆସନକୁ ଛାଡିଦେଲେ, ସ୍ୱାଧୀନ ଏବଂ ଅନ୍ୟ କିଛି ଦଳ କିଛି ଆସନ ଅକ୍ତିଆର କରିବେ । ମୋଟ ୧୪୭ଟି ବିଧାନସଭା ଆସନରୁ କଂଗ୍ରେସ ୯୬ଟି ଆସନ ଅକ୍ତିଆର କରିବା ସହ, ରାଜ୍ୟରେ ସରକାର ଗଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । କେବଳ ବିଧାନସଭା ନୁହେଁ, ଲୋକସଭାରେ ମଧ୍ୟ କଂଗ୍ରେସକୁ ମିଳିବ ବହୁମତ । ୨୧ଟି ଲୋକସଭା ଆସନରୁ ୧୫ଟି ଆସନ, କଂଗ୍ରେସ ଅକ୍ତିଆର କରିବ ବୋଲି ସୁର କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version