ରାଜ୍ୟ

୧୮ରୁ ଖରା ଛୁଟି : ଖରା ଯୋଗୁଁ ବନ୍ଦ ରହିବ ରାଜ୍ୟର ସମସ୍ତ ବିଦ୍ୟାଳୟ

Published

on

ଭୁବନେଶ୍ୱର ୧୬/୪ : ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଏସଆରସି ବିଷ୍ଣୁପଦ ସେଠୀ । ଏହି ନିର୍ଦ୍ଦେଶାନାମା ଜାରି କରି ଆସନ୍ତା ୧୮ ତାରିଖରୁ ଛୁଟି ଘୋଷଣା କରାଯାଇଛି । ତେବେ ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।
ପୂର୍ବରୁ ମେ’ ୬ ତାରିଖରୁ ଖରା ଛୁଟି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ମାତ୍ର ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଦିନ ୯ଟା ବେଳକୁ ଖରା ଚାଇଁ ଚାଇଁ ଲାଗୁଛି। ରାସ୍ତା ଘାଟ ଶୂନଶାନ ହୋଇଯାଉଛି। ଏହି ସମୟରେ ଛୋଟ ପିଲାମାନେ ସ୍କୁଲ ଆସି ଘରକୁ ଫେରିବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏପ୍ରିଲ ୧୮ ତାରିଖରୁ ସ୍କୁଲ ଛୁଟି ରଖିବାକୁ ଘୋଷଣା କରିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ ।

Leave a Reply

Your email address will not be published. Required fields are marked *

Trending

Exit mobile version