ରାଜନୀତି

୧୮ରେ ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ : ଜନତାଙ୍କ ହାତରେ ନେତାଙ୍କ ଭାଗ୍ୟ

Published

on

ଭୁବନେଶ୍ୱର ୧୬/୪ : ଦ୍ୱିତୀୟ ପର‌୍ୟ୍ୟାୟ ସାଧାରଣ ନିର୍ବାଚନ । ଏଥିରେ ୫ଗୋଟି ଲୋକସଭା ଆସନ ଯଥା- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ସହ ଏହା ଅଧୀନସ୍ଥ ୩୫ ଗୋଟି ବିଧାନସଭା ଆସନ ପାଇଁ ମତଦାନ ସାବ୍ୟସ୍ତ କରିବେ ଭୋଟର । ତେବେ ଦ୍ୱିତୀୟ ପର‌୍ୟ୍ୟାୟ ଲୋକସଭା ନିର୍ବାଚନରେ ୩୫ ଜଣ ସାଂସଦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ଏମାନଙ୍କ ମଧ୍ୟରେ ୩୦ ଜଣ ପୁରୁଷ ଓ ୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ୩୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୪ ଜଣ ଜାତୀୟ ଦଳର, ୫ ଜଣ ରାଜ୍ୟସ୍ତରୀୟ ଦଳର, ୯ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୭ ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଅଂଶଗ୍ରହଣ କରିବେ ।
ସେହିପରି ଦ୍ୱିତୀୟ ପର‌୍ୟ୍ୟାୟ ବିଧାନସଭା ନିର୍ବାଚନରେ ୨୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ଏମାନଙ୍କ ମଧ୍ୟରେ ୨୧୯ ଜଣ ପୁରୁଷ ଓ ୨୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ୨୪୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯୭ ଜଣ ଜାତୀୟ ଦଳର, ୩୫ ଜଣ ରାଜ୍ୟସ୍ତରୀୟ ଦଳ, ୪୨ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୭୦ ଜଣ ସ୍ୱାଧୀନ ପାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିବେ । ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନରେ ୯ ହଜାର ୧୧୭ ବୁଥରେ ୩୯ ଲକ୍ଷ ୪୫ ହଜାର ୦୨୫ ପୁରୁଷ ଭୋଟର, ୩୭ ଲକ୍ଷ ୪୭ ହଜାର ୪୯୩ ମହିଳା ଭୋଟର ଓ ୬୦୫ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ।

Leave a Reply

Your email address will not be published. Required fields are marked *

Trending

Exit mobile version