ରାଜନୀତି

୧୮ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

Published

on

ଭୁବନେଶ୍ଵର ୨୯/୩ : ଚତୁର୍ଥ ପର‌୍ୟ୍ୟାୟ ନିର୍ବାଚନ ପାଇଁ ବିଜେଡି ଆଜି ୧୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ହାଇଭୋଲଟେଜ୍ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ଦାମ ରାଉତଙ୍କ ପୁତ୍ର ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ଏହି ପରି ପୁରୀରୁ ମହେଶ୍ଵର ମହାନ୍ତି, ବାରବାଟୀ-କଟକରୁ ଦେବାଶିଷ ସାମନ୍ତରାୟ ଓ କଟକ ସଦରରୁ ଚନ୍ଦ୍ରସାରଥୀ ବେହେରାଙ୍କୁ ଟିକେଟ୍ ଦେଇଛି। ଏହା ପୂର୍ବରୁ ଦଳ ମାର୍ଚ୍ଚ ୨୭ରେ ୩୬ଟି ବିଧାନସଭା ଓ ୮ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା।
ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ଚତୁର୍ଥ ପର‌୍ୟ୍ୟାୟରେ ୧୮ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପୁରୀରୁ ମହେଶ୍ଵର ମହାନ୍ତି, ପାରାଦୀପରୁ ସମ୍ବିତ ରାଉତରାୟ, ଜଟଣୀରୁ ବିଭୂତି ବଳବନ୍ତରାୟ, ବାରବାଟୀ-କଟକରୁ ଦେବାଶିଷ ସାମନ୍ତରାୟ, କଟକ ସଦରରୁ ଚନ୍ଦ୍ର ସାରଥୀ ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି।
ଏହି ପରି ରେଙ୍ଗାଲିରୁ ରୀନା ତନ୍ତୀ, ଯଶୀପୁରରୁ ଗୋଲେଖ ବିହାରୀ ନାୟକ, ବାଙ୍ଗିରିପୋଷୀରୁ ସୁଦାମ ମାରାଣ୍ଡି, ସାରସକଣାରୁ ଅମର ସିଂହ ଟୁଡୁ, ଉଦଳାରୁ ଶ୍ରୀନାଥ ସୋରେନ, ବାଲେଶ୍ଵର ଜୀବନ ପ୍ରଦୀପ ଦାସ, ଜଳେଶ୍ଵରରୁ ଅଶ୍ଵିନୀ କୁମାର ପାତ୍ର, ବଡସାହିରୁ ବୃନ୍ଦାବନ ଦାସ, ଭଦ୍ରକରୁ ସଞ୍ଜୀବ ମଲ୍ଲିକ, ସୋରରୁ ପର୍ଶୁରାମ ଧଡ଼ା, ବଡ଼ଚଣାରୁ ଅମର ପ୍ରସାଦ ଶତପଥୀ, ରାଜନଗରରୁ ଧ୍ରୁବ ସାହୁ, ତିର୍ତ୍ତୋଲରୁ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରାଯାଇଛି।
୧୮ ବିଧାନସଭାକୁ ମିଶାଇ ଦଳ ମୋଟ୍ ୧୧୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେହି ଭଳି ୧୮ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଛି। ଅନ୍ୟ ପଟେ ବିଜେପି ୧୩୦ ବିଧାନସଭା ଓ ୧୭ ଲୋକସଭା ଆସନରେ ପ୍ରାର୍ଥୀ ଦେଇ ସାରିଛି। କଂଗ୍ରେସ ୧୧୪ ବିଧାନସଭା ଓ ୧୫ ଲୋକସଭାରେ ପ୍ରାର୍ଥୀ ଘୋଷଣା କରି ସାରିଛି।

Leave a Reply

Your email address will not be published. Required fields are marked *

Trending

Exit mobile version