ଅପରାଧ

୧୯୮୪ ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍

Published

on

ନୂଆଦିଲ୍ଲୀ ୧୭/୧୨ : ୧୯୮୪ ମସିହା ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟ ସୋମବାର କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତାଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଥିଲା । ବିଚାରପତି ଏସ୍ ମୂରଲି ଧର ଓ ବିଚାରପତି ବିନୋଦ ଗୋଏଲଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଚଳିତମାସ ୩୧ ତାରିଖ ସୁଦ୍ଧା ଆତ୍ମ ସମର୍ପଣ ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଦିଲ୍ଲୀ ନ ଛାଡିବା ପାଇଁ କୁହାଯାଇଛି । ପୂର୍ବତନ କଂଗ୍ରେସ କାଉନସିଲର ବଲୱାନ୍ ଖୋକର, ଅବସରପ୍ରାପ୍ତ ନୋ÷ସେନା ଅଧିକାରୀ କ୍ୟାପ୍ଟେନ୍ ଭାଗମଲ, ଗିରିଧାରୀ ଲାଲ, ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବ ଓ କିଷନ୍ ଖୋକରଙ୍କୁ ପୂର୍ବରୁ ନିମ୍ନ ଅଦାଲତ ଦେଇଥିବା ଦଣ୍ଡାଦେଶକୁ ଏହି ଖଣ୍ଡପୀଠ କାଏମ ରଖିଛନ୍ତି । ପୂର୍ବରୁ ୧୯୮୪ ଦଙ୍ଗା ମାମଲାରେ ନିମ୍ନ ଅଦାଲତ ସଜ୍ଜନ କୁମାରଙ୍କୁ ମୁକ୍ତ କରିଦେଇଥିଲେ । ତେବେ ଏହାକୁ ସିବିଆଇ ହାଇକୋର୍ଟରେ ଚାଲେଞ୍ଜ କରିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version