ରାଜନୀତି

୨ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

Published

on

ଭୁବନେଶ୍ୱର ୧୭/୨ : ଆସନ୍ତା ୨୭ ତାରିଖରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମ୍ଭାବନା ଆପାତତଃ ନାହିଁ। ତେବେ ସେ ମାର୍ଚ୍ଚ ୨ ତାରିଖ ବେଳକୁ ଗସ୍ତ କରିବାର ସମ୍ଭାବନା ଅଧିକ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏ ନେଇ ସୂଚନା ଦେଇ ପିସିସି ସଭାପତି କହିଲେ ଯେ, ସେ ଟେଲିଫୋନ ଯୋଗେ ରାହୁଲଙ୍କ ସହିତ ଯୋଗାଯୋଗ କରିଛନ୍ତି। ୨୭ ତାରିଖରେ ରାହୁଲ୍ ଓଡ଼ିଶା ଗସ୍ତରେ ଆସିବେନି। ଏହା ପରିବର୍ତ୍ତେ ଆସନ୍ତା ମାସ ୨ ତାରିଖରେ ତାଙ୍କୁ ଓଡ଼ିଶା ଗସ୍ତ କରିବାକୁ ପିସିସି ତରଫରୁ ମୁଁ ଅନୁରୋଧ କରିଛି। ସେହି ଦିନ ସେ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡକୁ ଦିନିକିଆ ଗସ୍ତରେ ଆସିବେ। ଅବଶ୍ୟ ତାଙ୍କ ଗସ୍ତ କାର‌୍ୟ୍ୟକ୍ରମ ଚୂଡ଼ାନ୍ତ ହୋଇନାହିଁ। ତେବେ ରାଜ୍ୟରେ ୨ଟି ସଭା ଆୟୋଜନ କରିବା ବଦଳରେ ଗୋଟିଏ ସଭାରେ ଯୋଗ ଦେଇପାରିବେ ବୋଲି ରାହୁଲ ତାଙ୍କୁ କହିଛନ୍ତି। ତେବେ ସଭା କେଉଁଠି କରାଯିବ ତାହା ନିର୍ଦିଷ୍ଟ ହୋଇନାହିଁ। ଏ ନେଇ ଆମେ ଏଆଇସିସି ସହିତ ଆଲୋଚନା କରି ଖୁବଶୀଘ୍ର କାର‌୍ୟ୍ୟକ୍ରମ ଚୂଡ଼ାନ୍ତ କରିବୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପୂର୍ବ ସୂଚନା ଅନୁଯାୟୀ ଆସନ୍ତା ୨୭ ତାରିଖରେ ରାହୁଲ ଓଡ଼ିଶା ଗସ୍ତ କରିବାର କାର‌୍ୟ୍ୟକ୍ରମ ଥିଲା। ଏଆଇସିସି ସ୍କ୍ରିନିଂ କମିଟି ପକ୍ଷରୁ କଂଗ୍ରେସ ଦଳର ପ୍ରଥମ ପର‌୍ୟ୍ୟାୟ ପ୍ରାର୍ଥୀ ଚୟନ କାର‌୍ୟ୍ୟକ୍ରମ ସରିଛି। ଏହି କାର‌୍ୟ୍ୟକ୍ରମରେ ବହୁସଂଖ୍ୟକ ଆଶାୟୀ ପ୍ରାର୍ଥୀ ଆଗ୍ରହ ପ୍ରଦର୍ଶନ କରିବା ସହିତ ଆବେଦନପତ୍ର ଦାଖଲ କରୁଥିବାର ଦେଖିବାକୁ ମିଳିଛି। ଫଳରେ ଦଳକୁ ବିଦ୍ରୋହୀମାନେ କ୍ଷତି ପହଞ୍ଚାଇବା ପାଇଁ ଉଦ୍ୟମ କରିବାର ଆଶଙ୍କା ରହିଛି। ଏ ସଂପର୍କରେ ପିସିସି ସଭାପତି କହିଲେ, ନୀତିହୀନ ଓ ଆଦର୍ଶହୀନ ବ୍ୟକ୍ତିଙ୍କ ପାଇଁ ଦଳରେ ସ୍ଥାନ ନାହିଁ। ସେଭଳି ବ୍ୟକ୍ତିଙ୍କ କୌଣସି ପ୍ରକାରର ଉଦ୍ୟମର ଜବାବ ଜନସାଧାରଣ ଦେବେ।

Leave a Reply

Your email address will not be published. Required fields are marked *

Trending

Exit mobile version