ରାଜନୀତି

୨୧ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା

Published

on

ଭୁବନେଶ୍ୱର ୩/୧ : ଆସନ୍ତା ୨୧ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ସମ୍ପ୍ରତି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଜାରି ରହିଛି । ଏହି ସଂଶୋଧନ ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ମୋଟ ୧୨ ଲକ୍ଷ ଭୋଟର ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ହେଲେ ନୂଆ ଭୋଟର । ୧୨ ଲକ୍ଷ ଭୋଟ ଦାତାଙ୍କ ମଧ୍ୟରେ ୨ ଲକ୍ଷ ଭିନ୍ନକ୍ଷମ ରହିଛନ୍ତି ବୋଲି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଏଥର ସାରା ରାଜ୍ୟରେ ଭିଭିପ୍ୟାଟର ଉପଯୋଗ ହେବ । ଏଥିପାଇଁ ୭ଟି ଭ୍ୟାନ ସବୁ ନିର୍ବାଚନମଣ୍ଡଳୀ ବୁଲି ସଚେତନତା ସୃଷ୍ଟି କରିବ । ଆସନ୍ତା ୭ ତାରିଖରୁ ପ୍ରତି ଗାଁରେ ମକ୍ ପୋଲିଂ ଅନୁଷ୍ଠିତ ହେବ । ଆସନ୍ତା ୨୫ ତାରିଖ ସୁଦ୍ଧା ନିର୍ବାଚନ ଅଧିକାରୀମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟ ଶେଷ ହେବ ।

Leave a Reply

Your email address will not be published. Required fields are marked *

Trending

Exit mobile version