ରାଜ୍ୟ

୨୨ ତାରିଖ ଯାଏଁ ବଢିବ ତାପମାତ୍ରା

Published

on

ଭୁବନେଶ୍ୱର ୨୦/୫ : ୨୨ ତାରିଖ ପର‌୍ୟ୍ୟନ୍ତ ଖରାର ପ୍ରକୋପ ଅଧିକ ରହିବ । ୨ ଦିନ ଯାଏ ହିଟ ୱେଭ ଜାରି କରାଯାଇଛି । ତେଣୁ ଜଳ ଛତ୍ର ଓ ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।ପଶ୍ଚିମ ଓଡିଶାରେ ତାତିର ପରିମାଣ ଅଧିକ ରହିବ । ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସଆରସି ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି ।
ଝାଞ୍ଜି ପବନ ସାଙ୍ଗକୁ ଜୀବନ ଯାତ୍ରା ଅସ୍ତ ବ୍ୟସ୍ତ ହୋଇଯାଇଛି । ଦିନ ୧୦ଟା ହେଲେ ଲୋକେ ବାହାରକୁ ଆସିବା ମୁସ୍କିଲ ହୋଇପଡିଛି । ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ବିଶେଷକରି ଖରାରେ ନ ବାହାରିବା, କାମ କରିବା ସ୍ଥାନରେ ପର‌୍ୟ୍ୟାପ୍ତ ପରିମାଣରେ ପାଣି ରଖିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଖରାରେ ବିଶେଷକରି ଦିନ ୧୨ଟରୁ ୩ଟା ମଧ୍ୟରେ ବାହାରକୁ ନବାହାରିବାକୁ କୁହାଯାଇଛି । ଆଉ ବାହାରକୁ ବାହାରିଲେ ମୁଣ୍ଡରେ ଓଦାକନା ପରାଇବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version