ଅପରାଧ

୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ୩ ଗିରଫ

Published

on

କଟକ ୧୬/୩ : କଟକ ମଧ୍ୁପାଟଣା ଅଂଚଳରେ ଅବକାରୀ ବିଭାଗ ଚଢ଼ାଉ କରି ୨୨୨ଗ୍ରାମ ବ୍ରାଉନସୁଗାର ଜବତ ସହ ଚାଲାଣକାରୀଙ୍କୁ ଗିରଫ କରିଛି ।ବିଭିନ୍ନ ଅପରାଧ ସହ ମାଦକ ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କଟକ ମଧ୍ୁପାଟଣା ଅଂଚଳରେ ଥିବା ଏକ ଆଡ୍ଡାରୁ ଏକ କାର ଯୋଗେ ବ୍ରାଉନସୁଗାର ଚାଲାଣ ବେଳେ ଅବକାରୀ ବିଭାଗ ଚଢାଉ କରି ୨୨୨ ବ୍ରାଉନସୁଗାର ଜବତ କରିଛି । ଜବତ ହୋଇଥିବା ୨୨୨ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୨ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି । ବ୍ରାଉନସୁଗାର ଚାଲାଣରେ ସମ୍ପୃକ୍ତ କାର ସହ ତିନି ଜଣଙ୍କୁ କେନ୍ଦ୍ରାଂଚଳ ଅବକାରୀ ବିଭାଗ ଗିରଫ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version