Connect with us

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୨୩,୧୨୩ କୋଟି ଟଙ୍କାର ଏକ ନୂଆ ଯୋଜନା “ଭାରତ କୋଭିଡ-୧୯ ଜରୁରି ମୁକାବିଲା ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତି ପ୍ୟାକେଜ୍-ପର୍ଯ୍ୟାୟ-୨”କୁ ଅନୁମୋଦନ କରିଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି -ଶିଶୁ ଚିକିତ୍ସା ସେବା ସହିତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଏବଂ ଉଚିତ ପରିଣାମ ଉପରେ ଗୁରୁତ୍ବାରୋପ କରାଯାଇ ପ୍ରାରମ୍ଭିକ ନିରାକରଣ, ଚିହ୍ନଟ ଏବଂ ପରିଚାଳନା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବା।

ଏହି ପ୍ୟାକେଜର ପର୍ଯ୍ୟାୟ-୨ ରେ କେନ୍ଦ୍ରୀୟ କ୍ଷେତ୍ର (ସିଏସ) ଏବଂ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସଏସ)ର ଉପାଦାନ ସାମିଲ ରହିଛି।

କେନ୍ଦ୍ରୀୟ କ୍ଷେତ୍ର ଉପାଦାନରେ ସାମିଲ ରହିଛି,

କେନ୍ଦ୍ରୀୟ ଡାକ୍ତରଖାନା, ଏମ୍ସ ଏବଂ ଡିଓଏଚଏଏଫଡବ୍ଲୁ ଅଧୀନରେ ଆସୁଥିବା ଅନ୍ୟ ଜାତୀୟ ଗୁରୁତ୍ୱସମ୍ପନ୍ନ ସଂସ୍ଥାନ (ବିଏମଏମସି ଏବଂ ସଫଦରଜଙ୍ଗ ଡାକ୍ତରଖାନା, ଦିଲ୍ଲୀ, ଏଲଏଚଏମସି ଏବଂ ଏସଏସକେଏଚ, ଦିଲ୍ଲୀ, ଆରଏମଏଲ, ଦିଲ୍ଲୀ, ରିମ୍ସ, ଇମ୍ପାଲ ଏବଂ ଏନଇଆଇଜିଆରଆଇଏମଏସ, ପିଜିଆଇଏମଇଆର, ଚଣ୍ଡିଗଡ଼, ଜିପମର, ପୁଡୁଚେରୀ ଏବଂ ଏମ୍ସ ନୂଆଦିଲ୍ଲୀ(ବର୍ତ୍ତମାନର ଏମ୍ସ) ଏବଂ ପିଏମଏସଏସଓ୍ବାଇ ଅନ୍ତର୍ଗତ ନୂଆ ଏମ୍ସ)ଗୁଡ଼ିକୁ କୋଭିଡ ପରିଚାଳନା ଲାଗି ୬,୬୮୮ ଶଯ୍ୟା ସ୍ଥାପନ ନିମନ୍ତେ ପୁନଃଉଦ୍ଦେଶ୍ୟ ସହାୟତା ପ୍ରଦାନ କରିବା।

ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି)କୁ ବିଭିନ୍ନ ପ୍ରକାରର ସହାୟତା ଯେପରିକି ବୈଜ୍ଞାନିକ ନିୟନ୍ତ୍ରଣ କେନ୍ଦ୍ର, ମହାମାରୀ ସୂଚନା ସେବା (ଇଆଇଏସ) ଏବଂ ଆଇଏନଏସଏସିଓଜି ସଚିବାଳୟ ସହାୟତା ବ୍ୟତୀତ ଜିନୋମ ସିକୁଏନ୍ସିଂ ମେସିନ ଯୋଗାଇ ଦେଇ ମଜଭୁତ କରିବା।

ଦେଶର ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାଗୁଡ଼ିକରେ ହସ୍ପିଟାଲ ପରିଚାଳନା ସୂଚନା ପ୍ରଣାଳୀ (ଏଚଏମଆଇଏସ)ର କାର୍ଯ୍ୟକାରିତା ନିମନ୍ତେ ସହଯୋଗ ଯୋଗାଇ ଦିଆଯିବ। ବର୍ତ୍ତମାନ ଏହା ମାତ୍ର 310ଟି ଜିଲ୍ଲା ଡାକ୍ତରଖାନାରେ ହିଁ ଲାଗୁ କରାଯାଇଛି। ସମସ୍ତ ଜିଲ୍ଲା ଡାକ୍ତରଖାନା ଏନଆଇସି ପକ୍ଷରୁ ବିକଶିତ ଇ-ହସ୍ପିଟାଲ ଓ ସିଡିଏସି ଦ୍ବାରା ବିକଶିତ ଇ-ପ୍ରାରମ୍ଭ ସଫ୍ଟୱେର୍ ମାଧ୍ୟମରେ ଏଚଏମଆଇଏସ ଲାଗୁ କରିବେ। ଏହା ଜିଲ୍ଲା ଡାକ୍ତରଖାନାରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (ଏନଡିଏଚଏମ) କାର୍ଯ୍ୟକାରିତା ଲାଗି ବଡ଼ ପ୍ରୋତ୍ସାହନ ଭାବେ କାମ କରିବ। ଏହି ସହାୟତାରେ ଜିଲ୍ଲା ଡାକ୍ତରଖାନାଗୁଡ଼ିକୁ ହାର୍ଡୱେର୍ କ୍ଷମତା ବଢ଼ାଇବା ଲାଗି ଦିଆଯାଇଥିବା ସହାୟତା ସାମିଲ ରହିଛି।
ଟେଲି ପରାମର୍ଶ ସଂଖ୍ୟା ଦୈନିକ ୫୦,୦୦୦ରୁ ବୃଦ୍ଧି କରିବା ଲାଗି ଇ-ସଞ୍ଜିବନୀ ଟେଲି ପରାମର୍ଶ ପ୍ଲାଟଫର୍ମର ଜାତୀୟ ଢାଞ୍ଚାକୁ ବିସ୍ତାରିତ କରିବା ଲାଗି ସମର୍ଥନ ଯୋଗାଇ ଦିଆଯିବ। ଏଥିରେ ଦେଶର ସମସ୍ତ ଜିଲ୍ଲାରେ ଇ-ସଞ୍ଜିବନୀ ଟେଲି ପରାମର୍ଶ ଲାଗି ହବକୁ ସୁଦୃଢ଼ କରି କୋଭିଡ ଯତ୍ନ କେନ୍ଦ୍ରରେ କୋଭିଡ ରୋଗୀଙ୍କ ସହିତ ଟେଲି ପରାମର୍ଶକୁ ସମ୍ଭବ କରିବା ନିମନ୍ତେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶକୁ ଦିଆଯିବାକୁ ଥିବା ସହାୟତା ମଧ୍ୟ ସାମିଲ ରହିଛି।

ଡିଓଏଚଏଫଡବ୍ଲୁସ୍ଥିତ ସେଣ୍ଟ୍ରାଲ ଓ୍ବାର ରୁମ, ଦେଶର କୋଭିଡ-19 ପୋର୍ଟାଲ, 1075 କୋଭିଡ ହେଲ୍ପଲାଇନ ଏବଂ କୋଓ୍ବିନ ପ୍ଲାଟଫର୍ମକୁ ମଜଭୂତ କରିବା ସହିତ ଆଇଟି ହସ୍ତକ୍ଷେପ ଉପଲବ୍ଧ କରିବା ଲାଗି ମଧ୍ୟ ସହଯୋଗ ଯୋଗାଇ ଦିଆଯିବ।
ସିଏସଏସ ଉପାଦାନ ଅନ୍ତର୍ଗତ, ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ଉଦ୍ଦେଶ୍ୟ ହେଉଛି ମହାମାରୀ ବିରୋଧରେ ପ୍ରଭାବୀ ଏବଂ ତ୍ୱରିତ ମୁକାବିଲା ନିମନ୍ତେ ଜିଲ୍ଲା ଓ ଉପଜିଲ୍ଲାସ୍ତରରେ କ୍ଷମତାକୁ ସୁଦୃଢ଼ କରିବା। ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ନିମ୍ନଲିଖିତ ସହାୟତା ମଧ୍ୟ ଯୋଗାଇ ଦିଆଯିବ।

ସମସ୍ତ ୭୩୬ଟି ଜିଲ୍ଲାରେ ଶିଶୁ ଚିକିତ୍ସା ୟୁନିଟ୍ ପ୍ରତିଷ୍ଠା କରାଯିବ ଏବଂ ଟେଲି-ଆଇସିୟୁ ସେବା ଉପଲବ୍ଧ କରିବା ଲାଗି ପ୍ରତ୍ୟେକ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ (ମେଡ଼ିକାଲ କଲେଜ କିମ୍ବା ରାଜ୍ୟ ସରକାରଙ୍କ ଡାକ୍ତରଖାନା କିମ୍ବା ଏମ୍ସ, ଆଇଏନଆଇ ଭଳି କେନ୍ଦ୍ର ଡାକ୍ତରଖାନା ଆଦିରେ)ରେ ଶିଶୁ ଚିକିତ୍ସା ଉତ୍କର୍ଷ କେନ୍ଦ୍ର (ଶିଶୁ ଚିକିତ୍ସା ସିଓଇ)ର ପ୍ରତିଷ୍ଠା, ଜିଲ୍ଲା ଶିଶୁ ଚିକିତ୍ସା ୟୁନିଟକୁ ପରାମର୍ଶ ଓ ବୈଷୟିକ ସହାୟତା ପ୍ରଦାନ କରାଯିବ।
ସାର୍ବଜନନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ୨୦,୦୦୦ ଆଇସିୟୁ ଶଯ୍ୟା ବୃଦ୍ଧି କରାଯିବ, ଯେଉଁଥିରେ ୨୦ ପ୍ରତିଶତ ଶିଶୁ ଚିକିତ୍ସା ଆଇସିୟୁ ଶଯ୍ୟା ରହିବ।
ଗ୍ରାମୀଣ, ଅର୍ଦ୍ଧ ସହରାଞ୍ଚଳ ଏବଂ ଜନଜାତି ଇଲାକ କୋଭିଡ-୧୯ ସଂକ୍ରମଣ ବ୍ୟାପିଥିବା କାରଣରୁ ବର୍ତ୍ତମାନର ସିଏଚସି, ପିଏଚସି ଏବଂ ଏସଏଚସି (୬-୨୦ ଶଯ୍ୟା ବିଶିଷ୍ଟ ୟୁନିଟ୍‌)ରେ ଅତିରିକ୍ତ ଶଯ୍ୟା ଯୋଡ଼ିବା ଲାଗି ପୂର୍ବ ପ୍ରସ୍ତୁତ ଭିତ୍ତିଭୂମି ନିର୍ମାଣ କରାଯିବ। ଯାହାଫଳରେ ଜନସମୁଦାୟଙ୍କୁ ସେମାନଙ୍କ ଅଞ୍ଚଳରେ ଚିକିତ୍ସା ମିଳିପାରିବ। ସେହିପରି ଟିୟର-୨ କିମ୍ବା ଟିୟର-୩ ସହର ଏବଂ ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ ଆବଶ୍ୟକତା ଆଧାରରେ ବଡ଼ କ୍ଷେତ୍ରୀୟ ଡାକ୍ତରଖାନା (୫୦-୧୦୦ ଶଯ୍ୟା ବିଶିଷ୍ଟ ୟୁନିଟ) ପ୍ରତିଷ୍ଠା ଲାଗି ମଧ୍ୟ ସହଯୋଗ ଉପଲବ୍ଧ କରାଯିବ।

ପ୍ରତି ଜିଲ୍ଲାରେ ଅତିକମରେ ଗୋଟିଏ ୟୁନିଟକୁ ସହଯୋଗ ଦେବାର ଉଦ୍ଦେଶ୍ୟରେ ମେଡ଼ିକାଲ ଗ୍ୟାସ ପାଇପଲାଇନ ସିଷ୍ଟମ (ଏମଜିପିଏସ) ସହିତ ୧୦୫୦ ତରଳ ମେଡ଼ିକାଲ ଅକ୍ସିଜେନ ସଂରକ୍ଷଣ ଟ୍ୟାଙ୍କ ପ୍ରତିଷ୍ଠା କରାଯିବ।

ଆମ୍ବୁଲାନ୍ସର ବର୍ତ୍ତମାନ ସଂଖ୍ୟାକୁ ବୃଦ୍ଧି କରାଯିବ-ପ୍ୟାକେଜ ଅନ୍ତର୍ଗତ ୮,୮୦୦ ନୂଆ ଆମ୍ବୁଲାନ୍ସ ସାମିଲ କରାଯିବ।

କୋଭିଡର ପ୍ରଭାବୀ ପରିଚାଳନା ଲାଗି ସ୍ନାତକ ଏବଂ ସ୍ନାତୋକୋତ୍ତର ମେଡ଼ିକାଲ ଇଣ୍ଟର୍ଣ୍ଣ, ଏମବିବିଏସ, ବିଏସସି ଏବଂ ଜିଏନଏମ ନର୍ସିଂ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ।

ପ୍ରତ୍ୟେକ ସମୟରେ “ପରୀକ୍ଷଣ, ସଙ୍ଗରୋଧ ଏବଂ ଚିକିତ୍ସା ସହିତ କୋଭିଡ ଅନୁକୂଳ ବ୍ୟବହାର” ପାଳନକୁ ଜାତୀୟ ରଣନୀତି ଭାବେ ଗ୍ରହଣ କରାଯାଇଛି, ଏହି କାରଣରୁ ପ୍ରତିଦିନ ଅତିକମରେ ୨୧.୫ ଲକ୍ଷ ନମୁନା ଯାଞ୍ଚ ସ୍ତରକୁ ବଜାୟ ରଖିବା ଲାଗି ରାଜ୍ୟଗୁଡ଼ିକୁ ସହାୟତା ଯୋଗାଇ ଦିଆଯାଇଛି।

କୋଭିଡ-୧୯ ପରିଚାଳନା ଲାଗି ଆବଶ୍ୟକ ଔଷଧ ଆବଶ୍ୟକତା ପୂରଣ କରିବା ସହିତ ବଫର ଷ୍ଟକ ପ୍ରସ୍ତୁତ କରିବା ନିମନ୍ତେ ଜିଲ୍ଲାଗୁଡ଼ିକୁ ନମନୀୟ ସମର୍ଥନ ଯୋଗାଇ ଦିଆଯାଇଛି।

“ଭାରତ କୋଭିଡ-୧୯ ଜରୁରିକାଳନୀ ମୁକାବିଲା ଓ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ୟାକେଜ-ପର୍ଯ୍ୟାୟ ୨”କୁ ୨୩,୧୨୩ କୋଟିର ମୋଟ ବ୍ୟୟବରାଦ ସହିତ ୧ ଜୁଲାଇ, ୨୦୨୧ ଠାରୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଲାଗୁ କରାଯିବ, ଯେଉଁଥିରେ କେନ୍ଦ୍ର ଓ ରାଜ୍ୟର ଭାଗ ନିମ୍ନ ପ୍ରକାରରେ ହେବ।

ଇସିଆରପି-୨ କେନ୍ଦ୍ରୀୟ ଅଂଶ-୧୫,୦୦୦ କୋଟି ଟଙ୍କା
ଇସିଆରପି-୨ ର ରାଜ୍ୟ ଅଂଶ- ୮୧୨୩ କୋଟି ଟଙ୍କା ୨୦୨୧-୨୨ ଆର୍ଥିକ ବର୍ଷର ଆସନ୍ତା ୯ ମାସ ପର୍ଯ୍ୟନ୍ତ ତତ୍କାଳ ଆବଶ୍ୟକତା ଉପରେ ଜୋର ଦିଆଯାଇ ଦ୍ବିତୀୟ ଲହରୀ ଏବଂ ବୃଦ୍ଧି ପାଉଥିବା ମହାମାରୀକୁ ଦୃଷ୍ଟିରେ ରଖି ବର୍ତ୍ତମାନର ମୁକାବିଲା ପଦକ୍ଷେପକୁ ସୁଦୃଢ଼ କରିବାରେ କେନ୍ଦ୍ର ସରକାରଙ୍କ ଡାକ୍ତରଖାନା/ଏଜେନ୍ସି ଓ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ ସହାୟତା ଯୋଗାଇ ଦିଆଯିବ। ଜିଲ୍ଲା ଓ ଉପ ଜିଲ୍ଲା ସ୍ତରର ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରଗୁଡ଼ିକୁ ମଧ୍ୟ ଏହି ସହାୟତା ମିଳିପାରିବ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ

Published

on

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଠାରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ ବର୍ଷର କଠୋର ଇନ୍‌ଡୋର ଓ ଆଉଟ୍‌ଡୋର ପ୍ରଶିକ୍ଷଣ ସଫଳତାର ସହ ସମ୍ପୂର୍ଣ୍ଣ କରିଥିବା ୩୩୬ ଜଣ ନବନିଯୁକ୍ତ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ବ୍ୟାଚ୍‌ରେ ୭୦ ଜଣ ମହିଳା ସବ୍-ଇନ୍ସପେକ୍ଟର ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ଏହା ଓଡ଼ିଶାର ନାରୀ ସଶକ୍ତିକରଣ ଓ ପରିବର୍ତ୍ତିତ ସାମାଜିକ ଚିତ୍ରର ଏହା ଏକ ଉଜ୍ଜ୍ୱଳ ପ୍ରତିଫଳନ ବୋଲି କହିଛନ୍ତି ।

 

ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଆଧୁନିକ ଅପରାଧ, ଟେକ୍ନୋଲୋଜିର ବ୍ୟବହାର ଓ ସାଇବର ଠକେଇର ମୁକାବିଲା ପାଇଁ ଓଡ଼ିଶା ପୋଲିସ ନିଜକୁ ନିରନ୍ତର ଅପ୍‌ଡେଟ୍ କରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦକ୍ଷ ପରିଚାଳନାରେ ରାଜ୍ୟରୁ ମାଓ ଓ ନକ୍ସଲ ହିଂସା ସମ୍ପୂର୍ଣ୍ଣ ଦମନ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ଆଗାମୀ ଦଶ ବର୍ଷ ମଧ୍ୟରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଶିଳ୍ପାୟନ ଏବଂ ଶାନ୍ତି-ଶୃଙ୍ଖଳା ଅପରିହାର୍ଯ୍ୟ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର ଆଧୁନିକୀକରଣ ଓ ମାନବ ସମ୍ବଳ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ପୋଲିସ ବିଭାଗରେ ୧୭,୭୯୪ଟି ନୂତନ ପଦବୀ ସୃଷ୍ଟି କରାଯିବା ସହ ୫,୮୧୭ଟି ପଦବୀ ପୂରଣ କରାଯାଇଛି ଏବଂ ଥାନାଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଯାନବାହାନ ଓ ଇନ୍ଧନ ଭତ୍ତା ପ୍ରଦାନ କରାଯାଉଛି । ଏହା ସହିତ ୨୦୨୯ ସୁଦ୍ଧା ଓଡ଼ିଶାକୁ ‘ନିଶାମୁକ୍ତ ରାଜ୍ୟ’ରେ ପରିଣତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ସେ ଦୋହରାଇଥିଲେ ।

ପୋଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ SMART POLICING ନୀତି ଆପଣାଇବାକୁ ଆହ୍ୱାନ ଦେବା ସହ ନବନିଯୁକ୍ତ ଅଧିକାରୀମାନଙ୍କୁ ତିନୋଟି ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ନୀତିକୁ ଆଧାର କରି ଦୁର୍ନୀତିରୁ ସମ୍ପୂର୍ଣ୍ଣ ଦୂରେଇ ରହିବା, ୟୁନିଫର୍ମ ସର୍ଭିସରେ ସର୍ବୋଚ୍ଚ ଶୃଙ୍ଖଳା ବଜାୟ ରଖିବା ଏବଂ କ୍ଷମତାର ଅପବ୍ୟବହାର ନକରି ନିର୍ଦ୍ଦୋଷଙ୍କୁ ସୁରକ୍ଷା ଓ ଅପରାଧୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ ।

ସମାରୋହରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କହିଥିଲେ ଯେ ପୋଲିସ ଅଧିକାରୀମାନେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କାର୍ଯ୍ୟ କରିବା ଉଚିତ। ପୋଲିସ ସେବାରେ ଅନେକ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲେ ମଧ୍ୟ, ସେମାନଙ୍କୁ ସମ୍ପୂର୍ଣ୍ଣ ସାହସିକତା, ନିଷ୍ଠା ଓ ସାଧୁତାର ସହିତ ନିଜର ଦାୟିତ୍ୱ ତୁଲାଇବାକୁ ହେବ। ଏହା ସହିତ ସାଇବର ଅପରାଧ ଭଳି ଆଧୁନିକ ସମସ୍ୟାର ମୁକାବିଲା କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଏବଂ ସ୍ମାର୍ଟ ପୋଲିସିଂ ବ୍ୟବସ୍ଥାର ଉପଯୋଗ କରିବା ଜରୁରୀ ଅଟେ। ନକ୍ସଲ ବିରୋଧୀ ଅଭିଯାନ କ୍ଷେତ୍ରରେ ଓଡ଼ିଶା ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ଅସାଧାରଣ କୃତିତ୍ୱ ଓ ସଫଳତା ପାଇଁ ସେ ସମଗ୍ର ଓଡ଼ିଶା ପୋଲିସ ବାହିନୀକୁ ଧନ୍ୟବାଦ ଜଣାଇଥିଲେ ।

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ତଥା ପୋଲିସ ମହାନିରୀକ୍ଷକ ଶ୍ରୀ ଅନୁପ କୁମାର ସାହୁ ସ୍ୱାଗତ ଅଭିଭାଷଣ ଦେବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଏହି ଦୀକ୍ଷାନ୍ତ ସମାରୋହରେ ବିଭିନ୍ନ ବିଭାଗରେ ଉତ୍କର୍ଷ ହାସଲ କରିଥିବା କୃତୀ କ୍ୟାଡେଟ୍‌ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ । ଏଥିରେ ପି. ନଳିନୀ ରାଓଙ୍କୁ ସର୍ବାଧିକ ନମ୍ବର ହାସଲ କରି ରାଜ୍ୟପାଳଙ୍କ ପଦକ, ଟ୍ରଫି ସହ ୧୦,୦୦୦ ଟଙ୍କାର ନଗଦ ପୁରସ୍କାର ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ଏଥି ସହ ତେଜସ୍ୱିନୀ ମହନ୍ତରାୟ, ଯୁଧିଷ୍ଠିର ବେହେରା, ଲକ୍ଷ୍ମଣ କୁମାର ମହନ୍ତ, ସସ୍ମିତା ଖୁଣ୍ଟିଆ, ନିହାରିକା ତ୍ରିପାଠୀ ଓ ଆଶୁତୋଷ ନାୟକଙ୍କୁ ପୋଲିସ ପ୍ରଶିକ୍ଷଣରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ମୁଖ୍ୟମନ୍ତ୍ରୀ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ ।

 

Continue Reading

Nation

ବଜେଟ ଖର୍ଚ୍ଚ ବୃଦ୍ଧି କରିବାକୁ ସଚିବମାନଙ୍କୁ କହିଲେ ମୁଖ୍ୟ ଶାସନ ସଚିବ

Published

on

ଭୁବନେଶ୍ୱର: ବଜେଟ ଖର୍ଚ୍ଚ ବୃଦ୍ଧି କରିବାକୁ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଭାଗୀୟ ସଚିବମାନଙ୍କୁ କହିଛନ୍ତି ।

ମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ବ୍ୟୟ ସ୍ଥିତି ସମୀକ୍ଷା କରି ଅନୁମୋଦିତ ବଜେଟ୍‌ ବ୍ୟବସ୍ଥା ଅନୁଯାୟୀ ବିକାଶମୂଳକ ଯୋଜନା ଓ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରି ବ୍ୟୟ ହାର ବୃଦ୍ଧି କରିବାକୁ ସଚିବମାନଙ୍କୁ ପରାମର୍ଶ ଦେଇଥିଲେ । ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ବ୍ୟୟ କରିବା ସହ କାର୍ଯ୍ୟକ୍ରମର ଗୁଣାତ୍ମକ ଓ ଫଳାଫଳଭିତ୍ତିକ କାର୍ଯ୍ୟାନ୍ୱୟନ  ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ ।

ବୈଠକରେ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟର ଆୟ ଓ ବ୍ୟୟ ସ୍ଥିତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ମାସ ଶେଷ ସୁଦ୍ଧା ଗତ ବର୍ଷର  ଏହି ସମୟ ତୁଳନାରେ ରାଜ୍ୟର ମୋଟ ବ୍ୟୟ ଓ କାର୍ଯ୍ୟକ୍ରମ ବ୍ୟୟରେ ଉନ୍ନତି ଘଟିଥିବା ବେଳେ ପୁଞ୍ଜି ବ୍ୟୟରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିବା  ଜଣାଯାଇଛି । ସେହିପରି ରାଜ୍ୟର ମୋଟ ରାଜସ୍ୱ ଆଦାୟରେ ମଧ୍ୟ ଗତବର୍ଷ ତୁଳନାରେ ଅଧିକ ଅଭିବୃଦ୍ଧି ରେକର୍ଡ ହୋଇଛି

 ବୈଠକରେ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂହଙ୍କ   ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଏବଂ ଅନ୍ୟ ବିଭିନ୍ନ ବିଭାଗର  ସଚିବମାନେ ଯୋଗଦେଇ ବିଭାଗୀୟ କାର୍ଯ୍ୟକ୍ରମ, ଆର୍ଥିକ ପ୍ରଦର୍ଶନ, ଜନକଲ୍ୟାଣମୂଳକ ପଦକ୍ଷେପ ଏବଂ କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ ।

        

     ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଜିଲ୍ଲାର ୨୫ଟି ରଣନୀତିକ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ସମନ୍ୱିତ ଓ ଦ୍ରୁତ ବିକାଶ ପାଇଁ ଶିଳ୍ପ, ଭିତ୍ତିଭୂମି, କୃଷି, କ୍ରୀଡ଼ା, ପର୍ଯ୍ୟଟନ, ଐତିହ୍ୟ ଓ ଜ୍ଞାନଭିତ୍ତିକ ବିକାଶକୁ ସମାନ ଗୁରୁତ୍ୱ ଦେଇ ପ୍ରସ୍ତୁତ  ରୋଡମ୍ୟାପ୍‌ ସଂପର୍କରେ ଜିଲ୍ଲାପାଳ  ଆଲୋକପାତ କରିଥିଲେ ଜିଲ୍ଲାର  ଗ୍ରାମ ପଞ୍ଚାୟତସ୍ତରରେ କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ମଡେଲ୍‌ ପାର୍କ, ପୋଖରୀ ଭଳି ବହୁମୁଖୀ ସୁବିଧା ସହ ପ୍ରମୁଖ ଉପଯୋଗୀ ମଡେଲ୍ ପ୍ରକଳ୍ପ ବିକଶିତ କରିବା ପାଇଁ ପ୍ରସ୍ତାବ ରଖାଯାଇଛି ।   

    ବେଗୁନିଆ-ବୋଲଗଡ଼ ଓ ଟାଙ୍ଗୀ ଅଞ୍ଚଳକୁ ଶିଳ୍ପ କ୍ଷେତ୍ର ଭାବେ ବିକଶିତ କରି ନୂଆ ପୁଞ୍ଜିନିବେଶ ଆକର୍ଷଣ, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଏମ୍‌ଏସ୍‌ଏମ୍‌ଇ ଭିତ୍ତିକ ସହାୟକ ଶିଳ୍ପର ବିକାଶ ପାଇଁ ପ୍ରସ୍ତାବ ରଖାଯାଇଛି  । ତୃଣମୂଳସ୍ତରରେ ସିଭିକ୍‌ ଓ ଜ୍ଞାନଭିତ୍ତିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆଧୁନିକ ବ୍ଲକ୍‌ସ୍ତରୀୟ କନଭେନ୍ସନ୍‌ ସେଣ୍ଟରକୁ ଜନସମାଗମ, ଜ୍ଞାନ ବିନିମୟ, ସାଂସ୍କୃତିକ ପ୍ରଦର୍ଶନୀ ଓ ସରକାରୀ କାର୍ଯ୍ୟକ୍ରମର କେନ୍ଦ୍ର ଭାବେ ବିକଶିତ କରିବା ନେଇ ଆଲୋଚନା ହୋଇଥିଲା ।

Continue Reading

Nation

ଜାତୀୟ ଶକ୍ତି ସମ୍ମିଳନୀ ୨୦୨୬ରେ ଲିଙ୍ଗ-ସମ୍ବେଦନଶୀଳ ସହରୀ ଯାତାୟାତକୁ ଗୁରୁତ୍ୱ

Published

on

ଭୁବନେଶ୍ୱର: “ଯେତେବେଳେ ମହିଳାମାନେ ଆଗକୁ ବଢ଼ନ୍ତି, ସହର ବି ଆଗକୁ ବଢ଼େ।” ଏହି ଦୃଢ଼ ବାର୍ତ୍ତା ସହିତ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଓଡ଼ିଶାର ସହରୀ ପରିବହନ ବ୍ୟବସ୍ଥାରେ ମହିଳାଙ୍କ ସୁରକ୍ଷା, ସୁଗମତା ଓ ସକ୍ରିୟ ଅଂଶଗ୍ରହଣକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ଭୁବନେଶ୍ୱରର ମେଫେୟାରରେ ଆୟୋଜିତ ‘ଶକ୍ତି ସମ୍ମିଳନୀ ୨୦୨୬ : ରାଜ୍ୟ ମହିଳା ଓ ଶିଶୁ ବିକାଶ ନେତୃତ୍ୱ କନକ୍ଲେଭ’ ରେ “ସହରୀ ଗମନାଗମନରେ ଲିଙ୍ଗଗତ ମୁଖ୍ୟଧାରା ପାଇଁ ଓଡ଼ିଶାର ପଦକ୍ଷେପ” ବିଷୟରେ ବକ୍ତବ୍ୟ ରଖି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ସହରୀ ପରିବହନର ଯୋଜନା, ଡିଜାଇନ୍ ଓ ସେବା ପ୍ରଦାନର ପ୍ରତ୍ୟେକ ସ୍ତରରେ ମହିଳାଙ୍କ ଆବଶ୍ୟକତା ଓ ଅଭିଜ୍ଞତାକୁ କେନ୍ଦ୍ରରେ ରଖିବା ଆବଶ୍ୟକ ।

ସେ କହିଛନ୍ତି ଯେ, ମହିଳାମାନଙ୍କ ପାଇଁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ସୁଗମ ପରିବହନ ସେମାନଙ୍କ ଶିକ୍ଷା, ନିଯୁକ୍ତି, ଉଦ୍ୟୋଗ, ସ୍ୱାସ୍ଥ୍ୟସେବା ଓ ସାମାଜିକ ସୁଯୋଗ ପାଇବାର କ୍ଷମତାକୁ ସିଧାସଳଖ ପ୍ରଭାବିତ କରେ । “ଯେଉଁ ସହରରେ ଅଧା ଜନସଂଖ୍ୟା ଚଳପ୍ରଚଳ କରିବା ସମୟରେ ନିଜକୁ ସୁରକ୍ଷିତ ଓ ଆତ୍ମବିଶ୍ୱାସୀ ମନେ କରନ୍ତି ନାହିଁ, ସେହି ସହର ପ୍ରକୃତରେ ସମାବେଶୀ ହୋଇପାରିବ ନାହିଁ,” ବୋଲି ସେ କହିଛନ୍ତି ।

ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ସହରୀ ଗମନାଗମନରେ ଲିଙ୍ଗଗତ ମୁଖ୍ୟଧାରା କେବଳ ନୀତି ଓ ଦସ୍ତାବିଜରେ ସୀମିତ ନ ରହି ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ, କାର୍ଯ୍ୟକାରିତା ଓ ସେବା ପ୍ରଦାନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ପ୍ରତିଫଳିତ ହେବା ଦରକାର । ସୁରକ୍ଷିତ ଓ ସୁଗମ ଜନପରିବହନ, ପଥଚାରୀ-ଅନୁକୂଳ ଭିତ୍ତିଭୂମି, ପର୍ଯ୍ୟାପ୍ତ ଆଲୋକୀକରଣ, ସୁରକ୍ଷିତ ସର୍ବସାଧାରଣ ସ୍ଥାନ, ସହଜ ଶେଷ-ମାଇଲ୍ ସଂଯୋଗ ଏବଂ ଉତ୍ତରଦାୟୀ ପରିବହନ ସେବା ଏକ ମହିଳା-ଅନୁକୂଳ ସହରର ଅତ୍ୟାବଶ୍ୟକ ଅଙ୍ଗ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଅଧିବେଶନରେ ଏକ ପ୍ରେରଣାଦାୟୀ ଉଦାହରଣ ଦେଇ ଶ୍ରୀମତୀ ପାଢ଼ୀ ତାଙ୍କ ମହିଳା ଡ୍ରାଇଭରଙ୍କୁ ଉପସ୍ଥିତ ଦର୍ଶକଙ୍କ ସହ ପରିଚିତ କରାଇଥିଲେ । ପାରମ୍ପରିକ ଭାବେ ପୁରୁଷ-ପ୍ରଧାନ ବୋଲି ବିବେଚିତ ହେଉଥିବା ଏକ କ୍ଷେତ୍ରରେ ଜଣେ ମହିଳାଙ୍କ ସଫଳ ଅଂଶଗ୍ରହଣ ରୂଢ଼ିବାଦୀ ଧାରଣାକୁ ଭାଙ୍ଗିବା ସହିତ ଅନ୍ୟ ମହିଳାମାନଙ୍କ ପାଇଁ ମଧ୍ୟ ନୂଆ ସୁଯୋଗର ଦ୍ୱାର ଖୋଲିଥାଏ ବୋଲି ସେ ଦର୍ଶାଇଥିଲେ ।

“ଲିଙ୍ଗଗତ ମୁଖ୍ୟଧାରା କେବଳ ନୀତି ଏବଂ ଦସ୍ତାବିଜ ମଧ୍ୟରେ ସୀମିତ ରହିପାରିବ ନାହିଁ । ଏହା ଆମ ଦୈନନ୍ଦିନ ଜୀବନରେ ଏବଂ ସାର୍ବଜନୀନ ସେବା ଯୋଗାଉଥିବା ଲୋକଙ୍କ କାର୍ଯ୍ୟରେ ଦୃଶ୍ୟମାନ ହେବା ଉଚିତ,” ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଡ୍ରାଇଭର, ପରିବହନ କର୍ମଚାରୀ, ଯୋଜନାକାରୀ, ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ଓ ସେବା ପ୍ରଦାନକାରୀ ଭାବେ ମହିଳାଙ୍କ ଅଧିକ ପ୍ରତିନିଧିତ୍ୱ ସମଗ୍ର ପରିବହନ ବ୍ୟବସ୍ଥାକୁ ଅଧିକ ସମାବେଶୀ, ଉତ୍ତରଦାୟୀ ଓ ଜନକେନ୍ଦ୍ରିକ କରିପାରିବ ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions