ନୂଆଦିଲ୍ଲୀ, ୧୮ : ଆତଙ୍କୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଛନ୍ତି । ଏବେ ସହିଦଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଦେଶବାସୀ ଆଗେଇ ଆସିଛନ୍ତି । ଏହି ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସେମାନଙ୍କ ପରିବାର ଆଡକୁ ସହେଯାଗର ହାତ ବଢାଇଛି । ତେବେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରୁ ୨୩ ଜଣ ବ୍ୟାଙ୍କରୁ ଋଣ ନେଇଥିଲେ । ଏସବିଆଇ ସେମାନଙ୍କର ଋଣ ଛାଡ କରି ଦେଇଛି । ଏତଦ୍ ବ୍ୟତୀତ ବ୍ୟାଙ୍କ ଏହା ମଧ୍ୟ କହିଛି କି, ଖୁବ୍ ଶୀଘ୍ର ସେମାନଙ୍କ ପରିବାରକୁ ବୀମା ରାଶି ଦିଆଯିବ ।
ବ୍ୟାଙ୍କ ଏହା ମଧ୍ୟ କହିଛି କି, ସିଆରପିଏଫର ଯବାନ ଏସବିଆଇ ଡିଫେନ୍ସ ସାଲାରି ପ୍ୟାକେଜ ଆଧାରରେ ୩୦ ଲକ୍ଷ ଟଙ୍କାର ବୀମା ମିଳିବାର ସୁବିଧା ରହିଛି । ଯାହା ବ୍ୟାଙ୍କ ଖୁବ୍ ଶୀଘ୍ର ରିଲିଜ କରିବ । ବ୍ୟାଙ୍କ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦେଇଛି । ବ୍ୟାଙ୍କ ଏହା ମଧ୍ୟ ଟ୍ୱିଟ୍ କରିଛି କି, ଭାରତର ବୀର ୱେବସାଇଟ ଜରିଆରେ ଲୋକୋଙ୍କ ଠାରୁ ଯବାନଙ୍କୁ ସାହାଯ୍ୟ କରିବା ପାଇଁ ଅପିଲ କରିଛି । ବ୍ୟାଙ୍କ ଏଥିପାଇଁ ୟୁପିଆଇର ସପୋର୍ଟ ଜାରୀ କରିଛି । ଯାହା ଦ୍ୱାରା ଆପଣ ୟୁପିଆଇ କୋଡ ସ୍କାନ କରି ସହିଦଙ୍କୁ ଆର୍ଥିକ ରୂପରେ ସାହାଯ୍ୟ କରି ପାରିବ ।
ତେବେ ଏସବିଆଇ ପୂର୍ବରୁ ବହୁ ବଲିଉଡ ସେଲିବ୍ରେଟି ସାହାଯ୍ୟର ହାତ ବଢାଇଛନ୍ତି । ଅମିତାଭ ବଚ୍ଚନ ସହିଦଙ୍କ ପରିବାରକୁ ୫-୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ସେହି ସମୟରେ ବୀରେନ୍ଦ୍ର ସେହୱାଗ ସହିଦଙ୍କ ପିଲାମାନଙ୍କୁ ପାଠ ପଢାଇବା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି । ଏତଦ୍ ବ୍ୟତୀତ ରିଲାଏନ୍ସ ଫାଉଣ୍ଡେସନ କହିଛି କି, ସେ ସହିଦଙ୍କ ପରିବାରର ପୂର୍ଣ୍ଣ ଦାୟିତ୍ୱ ନେବେ । ସେମାନଙ୍କ ଭରଣ ପୋଷଣ ଠାରୁ ପିଲାଙ୍କୁ ପାଠ ପଢାଇବା ଯାଏଁ ସମସ୍ତ ଖର୍ଚ୍ଚ ଉଠାଇବ ।