ମଧ୍ୟପ୍ରଦେଶ ୨୭/୩ : ଗରୀବ ବିପିଏଲ କାର୍ଡଧାରୀଙ୍କୁ ନୋଟିସ୍ ଜାରି କରିଛି ଆୟକର ବିଭାଗ । କୋଟି କୋଟି ଟଙ୍କାର ସମ୍ପତ୍ତି କିଣିବା ନେଇ ନୋଟିସ୍ ଜାରି କରାଯାଇଥିବା ସୂଚନା ମିଳିଛି । ସନ୍ଦେହ କରାଯାଉଛି କି ଜଣେ ବିଲଡର ଏଭଳି କରିବାକୁ ତାଙ୍କୁ ଟଙ୍କା ଦେଇଛନ୍ତି, କାରଣ ନିୟମ ଅନୁଯାୟୀ ଆଦିବାସୀଙ୍କ ଜମି ଆଦିବାସୀଙ୍କ ବ୍ୟତୀତ ଅନ୍ୟ କେହି କିଣି ପାରିବେ ନାହିଁ । ବେନାମୀ କାରବାର ସଂଶୋଧନ ଆକ୍ଟ ଅନୁଯାୟୀ ଆୟକର ବିଭାଗ ଜାଞ୍ଚ ଆରମ୍ଭ କରିଦେଇଛି ।
ଆଦିବାସୀ କଲ୍ୟାଣ ସିଂହ ଓର୍ଫ କଲ୍ଲା ସହରିୟା ଅଶୋକନଗରରେ ରୁହନ୍ତି । ସେ ସହରିୟା ଜନଜାତିର ଅଟନ୍ତି । ସେ ଜଣେ ବିପିଏଲ୍ ହିତାଧିକାରୀ, କିନ୍ତୁ ତାଙ୍କ ନାମରେ କାଂକରିଆ, ମହାବଡିଆ ଓ ଦୌଲତ୍ପୁର ଗାଁରେ ୫୦ ଖଣ୍ଡ ଜମି ରହିଛି ଯାହାର ମୂଲ୍ୟ ପାଖାପାଖି ୨୫ କୋଟି ଟଙ୍କ ହେବ । ଏହି ସମ୍ପତ୍ତି ୨୦୦୮ ରୁ ୨୦୧୧ ମଧ୍ୟରେ ୬.୫ କୋଟି ଟଙ୍କାରେ କିଣା ଯାଇଥିଲା ଏବଂ କଲ୍ଲାଙ୍କ ଆକାଉଣ୍ଟରୁ ଚେକ ଓ କ୍ୟାସ ଜରିଆରେ ଟଙ୍କ ପେମେଣ୍ଟ କରାଯାଇଥିଲା ।