ଭୁବନେଶ୍ୱର ୨୯/୩ : ଦୋକାନ ବନ୍ଦ କରି ଘରକୁ ବାହାରିବା ସମୟରେ ଦୋକାନୀଙ୍କ ଗହଣା ବ୍ୟାଗ୍ ଲୁଟି ଫେରାର ହୋଇଗଲେ ଦୁର୍ବୃତ୍ତ । ଇନ୍ଦ୍ରଧନୁ ମାର୍କେଟରେ ଥିବା ଗୌରୀ ଜୁଏଲରୀ ଦୋକାନ ମାଲିକ ଲକ୍ଷ୍ମୀଧର ସୁବୁଦ୍ଧି ଦୋକାନ ବନ୍ଦ କରି ସାଙ୍ଗରେ ଗହଣା ବ୍ୟାଗ୍ ଧରି ବାହାରିବା ସମୟରେ ଏହି ଲୁଟର ଶିକାର ହୋଇଛନ୍ତି । ସୂଚନାଯୋଗ୍ୟ, ଦୋକାନ ବାରଣ୍ଡାରେ ବ୍ୟାଗ୍ ରଖି ସଟର ପକାଉଥିବା ବେଳେ ତାଙ୍କୁ ଟାର୍ଗେଟ୍ କରିଥିଲେ ଲୁଟେରା । ଗୁରୁବାର ରାତି ପ୍ରାୟ ସାଢେ ୧୦ ଟା ସମୟରେ ଏହି ଲୁଟ୍ ଘଟଣା ଘଟିଛି । ଲୁଟ୍ ହୋଇଥିବା ଗହଣାର ଦାମ୍ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ପୁରା ଲୁଟ୍ ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।