ଦେଶ ବିଦେଶ

୨୬ ଏଆଇଡିଏମ୍କେ ସାଂସଦ ନିଲମ୍ବିତ

Published

on

ନୂଆଦିଲ୍ଲୀ ୨/୧ : ଏଆଇଡିଏମକେର ସଦସ୍ୟମାନେ ବୁଧବାର ଲୋକସଭାରେ ବିଶୃଙ୍ଖଳ ଆଚରଣ କରିବାରୁ ଦଳର ୨୬ ଜଣ ସାଂସଦଙ୍କୁ ୫ ଦିନ ପାଇଁ ନିଲମ୍ବିତ କରାଯାଇଛି । କାବେରୀ ନଦୀରେ କର୍ଣ୍ଣାଟକ କରୁଥିବା ମେକେଦାତୁ ପ୍ରୋଜେକ୍ଟ ବନ୍ଦ କରିବାର ଦାବିରେ ଏଆଇଡିଏମକେର ସଦସ୍ୟମାନେ ଆଜି ଆରମ୍ଭରୁ ପାଟିତୁଣ୍ଡ କରି ଗୃହକୁ ଏକପ୍ରକାର ଅଚଳ କରିଦେଇଥିଲେ । ଅପରାହ୍ନରେ ରାଫେଲ ପ୍ରସଙ୍ଗ ନେଇ ଗୃହରେ ଆଲୋଚନା ଚାଲିଥିବାବେଳେ ସେମାନେ ବିଶୃଙ୍ଖଳିତ ଭାବେ ହଟ୍ଟଗୋଳ ଜାରି ରଖିଥିଲେ । ଫଳରେ ଗୃହ କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା । ତାଗିଦ୍ ସେ ୍ୱ ସେମାନେ ହଟ୍ଟଗୋଳ କରି ଚାଲିବାରୁ ବାଚସ୍ପତି ସୁମିତ୍ରା ମହାଜନ ୨୬ ଜଣ ଏଆଇଡିଏମକେ ସଦସ୍ୟଙ୍କୁ ୫ ଦିନ ପାଇଁ ନିଲମ୍ବନ କରିଥିଲେ । ଏଭଳି ହଟ୍ଟଗୋଳ ଏଭଳି ହଟ୍ଟଗୋଳ ଯୋଗୁ ଲୋକସଭାକୁ ଦିନକ ପାଇଁ ମୁଲତବୀ ରଖାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version