ରାଜ୍ୟ

୨୬ ତାରିଖ ସୁଦ୍ଧା ମିଳିବ କାଳିଆ ସହାୟତା

Published

on

ଭୁବନେଶ୍ୱର ୧୨/୧ : ଆସନ୍ତା ୨୬ ତାରିଖ ସୁଦ୍ଧା କାଳିଆ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ଅର୍ଥ ପ୍ରଦାନ କରାଯିବ । ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦେଣନେଣ ଚାଲିଛି ସେମାନଙ୍କୁ ଏହି ଅର୍ଥ ହସ୍ତାନ୍ତର କରାଯିବ ବୋଲି ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି । ୧୨ ଲକ୍ଷ ୪୦ ହଜାର ଚାଷୀ ଏହି ଯୋଜନାରେ ଉପକୃତ ହେବେ । ବର୍ତ୍ତମାନ ଯେଉଁମାନେ ଏଥିପାଇଁ ଆବେଦନ କରୁଛନ୍ତି ସେମାନଙ୍କ ଆବେଦନପତ୍ର ଯାଂଚ ହେବାପରେ ଯୋଗ୍ୟ ହିତାଧିକାରୀମାନଙ୍କୁ ପରେ ସହାୟତା ଅର୍ଥ ପ୍ରଦାନ କରାଯିବ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version