ଭୁବନେଶ୍ୱର, ୧୮ : ଫେବ୍ରୁଆରୀ ୨୮ ପରେ ମଧ୍ୟ ଖୋଲା ରହିବ ଧାନ ମଣ୍ଡି । ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ସଚିବ । ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ସଚିବ କଡା ଚିଠି ଲେଖିଛନ୍ତି । ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି,ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରପଡ଼ା, କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସଚିବ । ଧାନ କିଣାରେ ଖିଲାପ କଲେ କଡା କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଚାଷୀ ଧାନ ବିକ୍ରି କରିବାକୁ ଚାହିୁଁଥିବା ଯାଏ ଧାନ କିଣା ପ୍ରକ୍ରିୟା ଚାଲିବ ବୋଲି କହିଛନ୍ତି । ସବୁ ଚାଷୀମାନଙ୍କୁ ଟୋକନ ଦେବାକୁ ପାକ୍ସମାନଙ୍କୁ ନିର୍ଦ୍ଦେଶ । ମଣ୍ଡିକୁ ଯାଇ କିଛି ଖିଲାପ ଦେଖିଲେ କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ମଣ୍ଡିରୁ ନନେଇ ମିଲର୍ସ ସିଧା ଚାଷୀଙ୍କ ଠାରୁ ନେଲେ କାର୍ୟ୍ୟାନୁଷ୍ଠାନ ହେବ । ଫେବ୍ରୁଆରୀ ୨୮ ପରେ ମଣ୍ଡି ବନ୍ଦ କରିବା ନେଇ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ସରକାର ।