ରାଜ୍ୟ

 ୨ ଓଡିଆ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

Published

on

ଭୁବନେଶ୍ୱର ୧୫ : ଗତକାଲି ପୁଲୱାମା ବିସ୍ଫୋରଣରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାର ପିଛା ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ କି, ଗତକାଲି ଜମ୍ମୁ-କାଶ୍ମୀର ପୁଲବାମାରେ ଆତଙ୍କବାଦୀମାନେ ଏକ ନୃଶଂସ କାଣ୍ଡ ଭିଆଇଥିଲେ । ସେମାନେ ସିଆରପିଏଫ ବସ ଉପରକୁ ଆକ୍ରମଣ କରିଥିଲେ । ଏପରିକି ବସକୁ ଆଇଇଡି ବିସ୍ଫୋରଣରେ ଉଡାଇଦେଇଥିଲେ । ଫଳରେ ୪୪ଜଣ ଯବାନ ସହିଦ ହେବାସହ ୪୦ରୁ ଅଧିକ ଯବାନ ଆହତ ହୋଇଛନ୍ତି । ଯାହାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି ।
ପୁଲୱାମା ଆକ୍ରମଣରେ ଦୁଇ ଓଡ଼ିଆ ବୀର ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପ୍ରସନ୍ନ କୁମାର ସାହୁ ଓ ଅନ୍ୟଜଣେ ମନୋଜ କୁମାର ବେହେରା । ପ୍ରସନ୍ନ ଜଗତସିଂହପୁର ଜିଲ୍ଲା ନାଉଗାଁର ବୋଲି ଜଣାପଡ଼ିଛି । ସେହିପରି ମନୋଜଙ୍କ ଘର କଟକ ଜିଲ୍ଲା ନିଆଳି ରତନପୁର ଗାଁରେ ବୋଲି ଜଣାପଡ଼ିଛି । ମନୋଜ ୨୦୦୬ରୁ ସିଆରପିଏଫରେ ଯୋଗ ଦେଇଥିଲେ । ଏହାସହ ସେ ୨୦୧୭ରେ ବିବାହ କରିଥିଲେ । ତାଙ୍କର ବର୍ଷକର ଏକ ଝିଅ ମଧ୍ୟ ଅଛି । ଏ ନେଇ ଜୟପୁରରେ ରହୁଥିବା ତାଙ୍କ ଭିଣୋଇ ସୂଚନା ଦେଇଛନ୍ତି । ଗାଁରେ ଶୋକର ଲହରୀ ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version