ଭୁବନେଶ୍ୱର ୨୩/୧୨ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଭୁବନେଶ୍ୱରରେ । ରବିବାର ସ୍ୱତନ୍ତ୍ର ବିମାନରେ ସପରିବାରେ ଭୁବନେଶ୍ୱରରେ ପହଂଚିଛନ୍ତି କେସିଆର । ସେ ୨ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି । ଆଜି ସନ୍ଧ୍ୟାରେ ୬ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ନବୀନ ନିବାରେ ରାତ୍ରୀ ଯାପନ କରିବେ । ଆଜି ନବୀନଙ୍କୁ ଭେଟିବା ସହ କାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
ମମତା ବାନାର୍ଜୀଙ୍କୁ ଭେଟିବା ପରେ ୨୫ ତାରିଖରେ ବିଏସପି ମୁଖ୍ୟ ଏବଂ ସପା ମୁଖ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଓଡ଼ିଶାରେ କଂଗ୍ରେସ ଓ ବିଜେପି ଅଟକାଇ ରଖିବାରେ ସଫଳ ହୋଇଛନ୍ତି ଏହି ୩ ମୁଖ୍ୟମନ୍ତ୍ରୀ । ଏହି ତିନି ଦଳ ଯଦି ୨୦୧୯ ନିର୍ବାଚନ ପୂର୍ବରୁ ଏକାଠି ହେବେ ତେବେ ବିଜେପିକୁ ଚେକ୍ ଦେବାରେ କୋ÷ଣସି ସନ୍ଦେହ ନାହିଁ ।